ଟିଟିଲାଗଡ଼ରେ ଡାୟଲିସିସ୍ କେନ୍ଦ୍ର ଲୋକାର୍ପିତ

0
78

ଟିଟିଲାଗଡ଼,୦୪/୧୧,(ଜେଏନ୍ଏସ୍) ଟିଟିଲାଗଡ଼ ନବନିର୍ମିତ ଡାକ୍ତରଖାନା ପରିସରରେ ଡାୟଲିସିସ୍ କେନ୍ଦ୍ର ଶନିବାର ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨ ଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସି ୮୯୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ଏହି ଡାୟଲିସିସ କେନ୍ଦ୍ରକୁ ଲୋକାର୍ପିତ କରିଥିଲେ । ଆୟୋଜିତ ଉଦଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକ ନବୀନ ଜୈନ, ଉପଜିଲ୍ଲାପାଳ ରେହାନ ଖତ୍ରୀ, ପୌରଅଧ୍ୟକ୍ଷା ମମତାଦେବୀ ଜୈନ, ବିଡ଼ିଓ ଚନ୍ଦ୍ରମଣି ନାଗ, ପୌରନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରକାର, ଏସ୍.ଡି.ଏମ୍. ଓ. ପ୍ରଦୀପ ନାୟକ, ବିଶିଷ୍ଟ ବିଜେପି ନେତା ପ୍ରମୋଦ ପ୍ରଧାନ, ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ବିଧାୟକ ନବୀନ ଜୈନ ସହରବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । 

LEAVE A REPLY

Please enter your comment!
Please enter your name here