ଟିଟିଲାଗଡ଼ କରଣ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ

0
66

ଟିଟିଲାଗଡ଼,୦୪/୧୧,(ଜେଏନ୍ଏସ୍) ଟିଟିଲାଗଡ଼ କରଣ ସମାଜ ପକ୍ଷରୁ ସତୀଘାଟ ସ୍ଥିତ ସଂଘଗୃହ ଠାରେ ଚିତ୍ରଗୁପ୍ତ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମାଜର ବାର୍ଷିକ ଉତ୍ସବ ମଧ୍ୟ ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଦୟାସାଗର ପଟ୍ଟନାୟକ, ସମ୍ପାଦକ ସନ୍ତୋଷ ମହାନ୍ତି, ଉପସଭାପତି ସୁବାଷଚନ୍ଦ୍ର ବହିଦାର, ସହ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ଶଙ୍କର୍ଷଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିରୋଜ ପଟ୍ଟନାୟକ, ସନ୍ତୋଷ ପଟ୍ଟନାୟକ, ସୀତାରାମ ପଟ୍ଟନାୟକ, ଚକ୍ରପାଣି ପଟ୍ଟନାୟକ, ପ୍ରକାଶଚନ୍ଦ୍ର ମହାନ୍ତି, ସୋମେନ୍ଦ୍ର ପଟ୍ଟନାୟକ, ଜିତେନ ପଟ୍ଟନାୟକ, ଦେବୁ ପଟ୍ଟନାୟକ, ଭୁବନେଶ୍ୱର ପଟ୍ଟନାୟକ, ବଡ଼ବାବୁ ପଟ୍ଟନାୟକ,  ରମେଶ ପଟ୍ଟନାୟକ ପ୍ରମୁଖଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here