ବିଧାୟକଙ୍କ ଦ୍ଵାରା କାଉଡ଼ିଆଙ୍କୁ ଅନ୍ନପ୍ରସାଦ ବଣ୍ଟନ

0
109

ଟିଟିଲାଗଡ଼,୧୧/୦୮ (ଜେଏନ୍ଏସ୍) : ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ମନ୍ଦିର ପରିସରରେ ଶ୍ରାବଣ ମାସ ସୋମବାରରେ ଜଳଲାଗି କରିବାକୁ କାଉଡ଼ିଆଙ୍କ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଛି । ଏହି ଅବସରରେ ସ୍ଥାନୀୟ ବିଧାୟକ ନବୀନ ଜୈନଙ୍କ ଦ୍ଵାରା କାଉଡ଼ିଆଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଛି । ସୋମବାର ଧବଳେଶ୍ୱର ପୀଠରେ ଜଳଲାଗି କରିବାକୁ ଦୂର ଦୁରାନ୍ତରୁ ଭକ୍ତମାନେ ରବିବାର ସନ୍ଧ୍ୟାରୁ ମନ୍ଦିର ପରିସରରେ ପହଞ୍ଚିଥିବା ବେଳେ ସେମାନଙ୍କ ପାଇଁ  ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଉଛି । ବିଧାୟକ ଶ୍ରୀ ଜୈନଙ୍କ ସହ କିଶୋର ଗୁପ୍ତା, ଗୀତା ଗୁପ୍ତା, ମୁକେଶ ଅଗ୍ରୱାଲ, ରାଜେଶ ଅଗ୍ରୱାଲ, ବି. ତିଲକେଶ୍ୱରକର ରାଓ ପ୍ରମୁଖ ଅନ୍ନ ବଣ୍ଟନ କରିଥିଲେ। 

LEAVE A REPLY

Please enter your comment!
Please enter your name here