ଡକ୍ଟର ପ୍ରତିମରଣୀ ମିଶ୍ରଷଡଙ୍ଗୀଙ୍କର ୧୧ ଖଣ୍ଡ ପୁସ୍ତକ ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦ ଦ୍ୱାରା ଲୋକାର୍ପିତ ।

0
107

ଭୁବନେଶ୍ୱର :୧୦/୦୮/୨୪(ଜେଏନ୍ଏସ୍): ନିଜର ଗଭୀର ଅନୁଭୂତିକୁ ସୂକ୍ଷ୍ମାତିସୂକ୍ଷ୍ମ ଭାବରେ ବିଶ୍ଳେଷଣ କରି ତାକୁ କଳାତ୍ମକ ଶୈଳୀରେ ଉପସ୍ଥାପନା କରିବା ହେଉଛି ସାହିତ୍ୟ ସର୍ଜନକାରୀମାନଙ୍କର ସମାଜ ପ୍ରତି ଅମୂଲ୍ୟ ଅବଦାନ । ସେହି ଅବଦାନର କୀର୍ତ୍ତିସ୍ତମ୍ଭ ନିର୍ମାଣ କରିଛନ୍ତି ଡକ୍ଟର ପ୍ରତିମାରାଣୀ ମିଶ୍ର ଷଡ଼ଙ୍ଗୀ ବୋଲି ବିଶିଷ୍ଟ ସାହିତ୍ୟିକମାନେ କହିଛନ୍ତି । ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ୭୯ତମ ଅଧିବେଶନରେ ଡକ୍ଟର ପ୍ରତିମାରାଣୀ ମିଶ୍ର ଷଡ଼ଙ୍ଗୀର ଏକକାଳୀନ ୧୧ଗୋଟି ପୁସ୍ତକ (ଆତ୍ମଜୀବନୀ, ଉପନ୍ୟାସ, ଗଳ୍ପ ସଂକଳନ, ଭ୍ରମଣ କାହାଣୀ ଓ ଶିଶୁସାହିତ୍ୟ) ଲୋକାର୍ପିତ ହେବା ସହ ଲେଖିକାଙ୍କ ୭୨ତମ ଜନ୍ମଦିବସ ପାଳନ କରାଯାଇଥିଲା । ସଂସଦର ପ୍ରତିଷ୍ଠାତା ସଭାପତି ଡକ୍ଟର ଦିଗରାଜ ବ୍ରହ୍ମାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ପୁସ୍ତକଗୁଡିକର ସମୀକ୍ଷା କରିଥିଲେ ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ (ଉତ୍କଳ ବିଶ୍ଵବିଦ୍ୟାଳୟ), ପ୍ରଫେସର ପ୍ରେମପ୍ରକାଶ ସିଂହ (ଅବସରପ୍ରାପ୍ତ ପ୍ରଫେସର ଉତ୍କଳ ବିଶ୍ଵବିଦ୍ୟାଳୟ), ଡକ୍ଟର ଦେବାଶିଷ ମହାପାତ୍ର (ଭାଷାବିଜ୍ଞାନୀ), ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ (ଶିଶୁ ସାହିତ୍ୟିକ), ବିଦ୍ୟାଧର ଗୁରୁ (ଗାଜିକ), ଶ୍ରୀଯୁକ୍ତ ନିଶାମଣି ଷଡ଼ଙ୍ଗୀ (ଅବସରପ୍ରାପ୍ତ ଶିକ୍ଷକ ସୈନିକ ସ୍କୁଲ) ପ୍ରମୁଖ । ଡକ୍ଟର ପ୍ରତିମାରାଣୀ ମିଶ୍ର ଷଡ଼ଙ୍ଗୀ ଲେଖକୀୟ ଅଭିଭାଷଣରେ ନିଜ ସାହିତ୍ୟ ସାଧନା ଓ ରୋମାଞ୍ଚକର ଅନୁଭୂତିକୁ ପରିବେଷଣ କରିଥିଲେ । ସଂସଦର ମାସିକ ୱେବ ସାହିତ୍ୟ ପତ୍ରିକା “ଇ-ପତ୍ରିକା’’ ଓ ଶିଶୁ ସାହିତ୍ୟ ପତ୍ରିକା “ଶିଶୁ ରାଇଜ’’, ସଂସଦର ମାସିକ ସାହିତ୍ୟ ବୁଲେଟିନ୍ “ଆମ ସାହିତ୍ୟ ଆସର-୬୮” ଏହି ଅବସରରେ ଲୋକାର୍ପିତ ହୋଇଥିଲା । ସଂସଦର ପ୍ରତିଷ୍ଠାତା ସଂପାଦକ କବି ବସନ୍ତ ମାଝି ପ୍ରାରମ୍ଭିକ ସୂଚନା ଓ ଅତିଥ ପରିଚୟ ପ୍ରଦାନ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଶ୍ଵମିତ୍ରା ମିଶ୍ର ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଡକ୍ଟର ପ୍ରଣିତା ପ୍ରଜ୍ଞାଦୀପ୍ତ ଷଡ଼ଙ୍ଗୀ । ଏହି ଅଧିବେଶନରେ ଅର୍ଦ୍ଧଶତାଧିକ ସାହିତ୍ୟିକମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here