ଅବକାରୀ ଚଢାଉ : ୧୧୨ ଲିଟର ରନ୍ଧା ମଦ ଜବତ ଓ ୩ ଗିରଫ

0
107

ଟିଟିଲାଗଡ଼,୨୨/୦୮(ଜେଏନ୍ଏସ୍): ଟିଟିଲାଗଡ ଅବକାରୀ ପୁଲିସ ପକ୍ଷରୁ ତିନୋଟି ସ୍ଥାନରେ ଚଢାଉ କରାଯାଇ ୧୧୨ ଲିଟର ଦେଶୀ ରନ୍ଧା ମଦ ଜବତ ସହ ଏଥିରେ ସଂପୃକ୍ତ ୩ ଜଣକୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ସହରର ଝାଙ୍କରପଡ଼ା ନିବାସୀ ଘାସିରାମ ସେଠ୍(୪୭)ଙ୍କ ଘରୁ ୩୧ ଲିଟର, ସହର ନିକଟ ଦେସିଲ ଗ୍ରାମ ନୂଆପଡ଼ାର ଟିକେରାମ ସାହୁ(୪୭)ଙ୍କ ଠାରୁ ୩୭ ଲିଟର ଏବଂ ଲଏତରା ମହେଶ ଢ଼ାବାରୁ ୪୪ ଲିଟର ରନ୍ଧା ମଦ ଜବତ କରାଯିବା ସହ ଢ଼ାବା ମାଲିକ ମହେଶ୍ୱର ଘିଭେଲାକୁ ଗିରଫ କରାଯାଇଛି । ଏହି ଚଢାଉରେ ଅବକାରୀ ଥାନା ଅଧିକାରୀ ଆଶିଷ ବେହେରାଙ୍କ ସହ ବିଭାଗର ସତ୍ୟନାରାୟଣ ପ୍ରଧାନ, କୁମଦିନି ମଲ୍ଲିକ, ବୁଲୁ ସେଠୀ, ଗଗନ ବିହାରୀ ମିଶ୍ର ପ୍ରମୁଖ ସାମିଲ ଥିଲେ। ତିନି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଥାନା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here