‘ଉତ୍କଳ କନ୍ଧ ସମାଜ’ ପକ୍ଷରୁ ସମ୍ବର୍ଦ୍ଧନା ସଭା

0
70

ଟିଟିଲାଗଡ଼,୨୮/୧୦,(ଜେଏନ୍ଏସ୍) ସ୍ଥାନୀୟ ଆଦିବାସୀ ଭବନ ପରିସରରେ ‘ଉତ୍କଳ କନ୍ଧ ସମାଜ’ ପକ୍ଷରୁ ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବାରେ ସଫଳତା ହାସଲ କରିଥିବା ଆଦିବାସୀ ଯୁବତୀ ସାଗରୀକା ମାଝୀ ଏବଂ ହେମାଙ୍ଗିନୀ ମାଝୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଥୁବଡିଙ୍ଗ ଗାଁ ନିବାସୀ ପିତାମ୍ବର ମାଝୀଙ୍କ କନ୍ୟା ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରତ ଥାଇ ଓ.ଏ.ଏସ୍. ଲାଭ କରିଥିବା ବେଳେ ସାଲେପାଲି ଗ୍ରାମ ନିବାସୀ ମୋହନ ମାଝୀଙ୍କ କନ୍ୟା ହେମାଙ୍ଗିନୀ ମାଝୀ ପ୍ରଥମ ଥର ପରୀକ୍ଷା ରେ ହିଁ ସଫଳତା ଲାଭ କରିଛନ୍ତି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବ୍ଲକ ସଭାପତି ପଦ୍ମନ ପ୍ରଧାନୀଙ୍କ ସଭାପତିତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ଉଭୟଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଆଦିବାସୀ ସମାଜ ପାଇଁ ସେମାନେ ଗୌରବ ଆଣି ଉଦାହରଣ ସୃଷ୍ଟି କରିଥିବା ଉପସ୍ଥିତ ଅତିଥିବୃନ୍ଦ ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଚଳା ପ୍ରଧାନୀ, ସୁନୀଲ ମାଝୀ, ନିତ୍ୟାନନ୍ଦ ମାଝୀ ପ୍ରମୁଖଙ୍କ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here