ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର

0
120

ଟିଟିଲାଗଡ଼,୨୩/୦୫/୨୦୨୫(ଜେ.ଏନ୍.ଏସ୍.), ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଜଗୁଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ୱଳ୍ପ ସଞ୍ଚୟ ଜମା  ସଚେତନତା ସମ୍ବନ୍ଧୀୟ “ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ମୀନା ସାହୁଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ଆର୍ଥିକ ସେବା ଓ ସଞ୍ଚୟ ସହାୟକ ନିର୍ଦ୍ଦେଶକ ରଞ୍ଜିତା ପଟ୍ଟା ମୁଖ୍ୟଅତିଥି, ଉଦ୍ୟୋଗ ନିର୍ବାହୀ ମହେଶ୍ୱର ସେନାପତି, ଡାକଘର ଜୀବନ ବୀମା ଉନ୍ନୟନ ଅଧିକାରୀ ଅଭିଳାଶ ପଣ୍ଡା ଓ ଶାଖା ପୋଷ୍ଟମାଷ୍ଟର ଜୁହି ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସ୍ୱଳ୍ପ ସଞ୍ଚୟ ପାଇଁ ଉତ୍ସାହିତ କରିଥିଲେ । ବିଶେଷ କରି ଗ୍ରାମାଞ୍ଚଳରେ ଆର୍ଥିକ ସାକ୍ଷରତା ଅଭାବର ସୁଯୋଗ ନେଇ ବିଭିନ୍ନ ଚିଟଫଣ୍ଡ କମ୍ପାନୀ ଆକର୍ଷଣୀୟ ଯୋଜନା ଓ ଅଧିକ ସୁଧର ଲୋଭ ଦେଖାଇ ଲୋକଙ୍କ ଝାଳବୁହା ଧନ ଲୁଟି ନେବାରେ ସଫଳ ହେଉଥିବା ଦେଖିବାକୁ ମିଳୁଛି । ଏହାର ପ୍ରତିକାର ସ୍ୱରୂପ ଲୋକଙ୍କୁ ସରକାରଙ୍କ ସ୍ୱଳ୍ପ ସଞ୍ଚୟ ଯୋଜନା ପ୍ରତି ସଚେତନ କରାଯିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥିବୃନ୍ଦ ଉଲ୍ଲେଖ କରିଥିଲେ । ଏହି ଅବସରରେ କିଶାନ ବିକାଶ ପତ୍ର, ଏନ୍.ଏସ୍.ସି, ପିପିଏଫ୍ , ମିଆଦୀ ଜମା, ସୁକନ୍ୟା ସମୃଦ୍ଧି ଯୋଜନା, ଏମ୍.ଆଇ.ଏସ୍, ଟି.ଡି. ଆଦି ଯୋଜନା ସମ୍ବନ୍ଧରେ ଲୋକଙ୍କୁ ଅବଗତ କରାଯାଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ଅଭିକର୍ତ୍ତା ଧ୍ରୁବ ଚରଣ ସାହୁ, ଉତ୍ତମ ଦେ, ହଳପାଣି ସାହୁ, ସରୋଜ ଫରିକାର, ଦେବସାଗର ଦୀପ, ପ୍ରଶାନ୍ତ ପାଢ଼ୀ ପ୍ରମୁଖଙ୍କ ସହ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here