କଳିଙ୍ଗ ଜେନ୍ ଅଦ୍ବୈତ ମହାସଙ୍ଘ ଓ ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆ ଦ୍ଵାରା “ଗୌତମ ବୁଦ୍ଧଙ୍କ ଜ୍ଞାନାଲୋକ ପ୍ରାପ୍ତି ଦିବସ” ପାଳିତ

0
65

ଭୁବନେଶ୍ୱର,୧୬/୧୨(ଜେଏନ୍ଏସ୍), କଳିଙ୍ଗ ଜେନ୍ ଅଦ୍ବୈତ ମହାସଙ୍ଘ ଓ ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆର ମିଳିତ ଉଦ୍ୟମରେ ଗାତ ୧୫ ତାରିଖ ସନ୍ଧ୍ୟା ୬ଟା ସମୟରେ ୟୁନିଟ୍-୩ ସ୍ଥିତ ବୁଦ୍ଧ ମନ୍ଦିରର ସଭାଗୃହରେ “ଗୌତମ ବୁଦ୍ଧଙ୍କ ଜ୍ଞାନାଲୋକ ପ୍ରାପ୍ତି ଦିବସ” ପାଳିତ ହୋଇଯାଇଛି । ଉକ୍ତ ସଭାରେ କଳିଙ୍ଗ ଜେନ୍ ଅଦୈତ ମହାସଙ୍ଘର ସଭାପତି ଡକ୍ଟର ବରୀଶ ପାଣିଗ୍ରାହୀ ପୌରହିତ୍ୟ କରିଥିବାବେଳେ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି, ପ୍ରସେସର ହରମୋହନ ମିଶ୍ର ସମ୍ମାନିତ ଅତିଥି, ପ୍ରଫେସର ସରୋଜକାନ୍ତ କର ଏବଂ ପ୍ରଫେସର କଲ୍ୟାଣୀ ଷଡ଼ଙ୍ଗୀ ପୁସ୍ତକ ସମାଲୋଚକ ଭାବରେ ଯୋଗ ଦେଇଥିଲେ ।

ଏହି ସଭାରେ ଡକ୍ଟର ବରୀଶ ପାଣିଗ୍ରାହୀଙ୍କ ଦ୍ଵାରା ରଚିତ “The Buddha Reveals ; His Love and Enlightenment ” ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଡକ୍ଟର ପାଣିଗ୍ରାହୀ ପ୍ରକାଶିତ ପୁସ୍ତକ ରଚନାର ଆଭିମୁଖ୍ୟ ବିଷୟରେ ବର୍ଣ୍ଣନା କରିଥିଲେ ।

ସଭା ପ୍ରାରମ୍ଭରେ ୟୁ.ୟୁ.ସିର ଛାତ୍ରୀମାନେ ପ୍ରାରମ୍ଭରେ ପ୍ରଜ୍ଞା ପରମିତା ମନ୍ତ୍ର ଗାନ କରିଥିଲେ ଓ ଡକ୍ଟର ପାଣିଗ୍ରାହୀ ଜେନ୍ ବୌଦ୍ଧ ଧର୍ମରେ କିପରି ଧ୍ୟାନରେ ବସନ୍ତି ତାହା ଶିଖାଇଥିଲେ । ପ୍ରକାଶ ଥାଉ କି, “ଗୌତମ ବୁଦ୍ଧଙ୍କ ଜ୍ଞାନାଲୋକ ପ୍ରାପ୍ତି ଦିବସ” ମାର୍ଗଶୀର ମାସ ପୂର୍ଣ୍ଣମୀ ଦିନ ପଡିଥାଏ । ସମଗ୍ର ପୃଥିବୀର ମହାୟାନ ଧର୍ମାବଲମ୍ବୀମାନେ ଡିସେମ୍ବର ଓ ଜାନୁୟାରୀ ମାସରେ ଏହାକୁ ପାଳନ କରିଥାନ୍ତି। 

LEAVE A REPLY

Please enter your comment!
Please enter your name here