ଟିଟିଲାଗଡ଼ରେ ଜାତୀୟସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ଅନୁଷ୍ଠିତ

0
58

ଟିଟିଲାଗଡ଼,୧୬/୧୨,(ଜେଏନ୍ଏସ୍), ଟିଟିଲାଗଡ଼ ଅଗ୍ରଗାମୀ ସାଂସ୍କୃତିକ ସଂସଦ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ୨୪ ତମ ଜାତୀୟ ସଙ୍ଗୀତ ସମାରୋହ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି ଓ ଥାନା ଅଧିକାରୀ ବିଶ୍ୱଜିତ୍ ମନବୋଧ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଟିଟିଲାଗଡ଼ ଡିଏଭି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଛୟାକାନ୍ତ ଷଡ଼ଙ୍ଗୀଙ୍କ ସଭାପତିତ୍ଵରେ ଆୟୋଜିତ ଏହି ସମାରୋହରେ ପ୍ରବୀଣ କୁମାର ଦାଶ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଶିଷ୍ଟ ସଙ୍ଗୀତ ସାଧକ ଧନେଶ୍ଵର ଦାଶଙ୍କୁ ଡକ୍ଟର ପଞ୍ଚାନନ ମିଶ୍ର ସ୍ମୃତିସମ୍ମାନ ପ୍ରଦାନ କରାଯାଇଥିଲା । ଏହି ସମାରୋହରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଶିଷ୍ଟ କଣ୍ଠଶିଳ୍ପୀ ଡକ୍ଟର ତାପସ ଘୋଷ, ସନ୍ତୋଷ ଦାଶ, ଶ୍ରୀତମ ଘୋଷ, ଅମିତ ରଗ, ସଚ୍ଚିକାନ୍ତ ସାହୁ, ନିକୁଞ୍ଜ ବିହାରୀ ସାମଲ, ପ୍ରଦୀପ ପଣ୍ଡା, ଏଚ.ରାମ ଚରଣ, ଏମ. କାମେଶ, ଶୁଚିସ୍ମିତା ନନ୍ଦ, ଟି.ଏନ.ଚୈତନ, ମିତାଲି ଘୋଷ, ସୁମନ ଭଟ୍ଟାଚାର୍ଯ୍ୟ, ରଞ୍ଜନ ପଟ୍ଟନାୟକ ପ୍ରମୁଖଙ୍କ ସମେତ ୨୦ ଜଣ କଳାକାର ଅଂଶ ଗ୍ରହଣ କରିଥିଲେ । ସନ୍ଧ୍ୟା ୬ ଘଣ୍ଟାରୁ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। 

LEAVE A REPLY

Please enter your comment!
Please enter your name here