ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଟିଟିଲାଗଡ଼ରେ ଗୁରୁଦିବସ ପାଳନ

0
112

ଟିଟିଲାଗଡ଼,୦୫ /୦୯,(ଜେଏନଏସ), ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗୁରୁଦିବସ ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଭାକର ପାଢୀ ଯୋଗ ଦେଇ ଏହି ଦିବସର ମହତ୍ତ୍ୱ ଉପସ୍ଥାପନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଡମ୍ବରୁଧର କର୍ମୀ ଓ ପରିଚାଳନା ସମିତି ସଦସ୍ୟା ଅହଲ୍ୟା ନାଗ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ  ସହପ୍ରଧାନ ଆଚାର୍ଯ୍ୟ ନୃପରାଜ ସେଠ, ମୋତି ପୁଟେଲ, ବନ୍ଧନ ବ୍ୟାଙ୍କର ବି.ଏଚ୍. ରମାକାନ୍ତ ପ୍ରଧାନ ଓ ଏ.ବି.ଏଚ୍ ଶକ୍ତି ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here