ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

0
79

ଟିଟିଲାଗଡ଼,୦୪/୧୦,(ଜେଏନ୍ଏସ୍ ) ଟିଟିଲାଗଡ଼ ନେହେରୁନଗର ସ୍ଥିତଏସ୍.ସି.ଡି. ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଶିଶୁ ସାହିତ୍ୟିକ ଡ଼କ୍ଟର ଯୁଗଳ କିଶୋର ଷଡ଼ଙ୍ଗୀ ମୁଖ୍ୟଅତିଥି, ବିଦ୍ୟାଳୟର ସମ୍ପାଦକ ଜ୍ୟୋତି ରଞ୍ଜନ ପାଇକ, ସମାଜସେବୀ ରାଜେନ୍ଦ୍ର ନାରାୟଣ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସମାଜରେ ବରିଷ୍ଠ ନାଗରିକଙ୍କ ଆବଶ୍ୟକତା ଓ ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ । ସମାଜରେ ତଥା ପରିବାରରେ ମାର୍ଗଦର୍ଶକ ଭାବରେ ବରିଷ୍ଠ ନାଗରିକଙ୍କ ଗୁରୁତୁପୂର୍ଣ୍ଣ ଭୂମିକା ରହିଥିବା ଅତିଥିବୃନ୍ଦ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସହରର ବରିଷ୍ଠ ନାଗରିକଙ୍କ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। 

LEAVE A REPLY

Please enter your comment!
Please enter your name here