ପରଲୋକରେ କବିରାଜ ଦଶରଥ ମିଶ୍ର

0
36

ବଲାଙ୍ଗିର,୦୪/୦୩/୨୦୨୫,(ଜେଏନ୍ଏସ୍) :ବଲାଙ୍ଗିରର ଆୟୁର୍ବେଦ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ କବିରାଜ ପଣ୍ଡିତ ଦଶରଥ ମିଶ୍ର (୯୦)ଙ୍କ ସୋମବାର ତାଙ୍କ ମାଲପଡ଼ା ସ୍ଥିତ ବାସଭବନରେ ପରଲୋକ ଘଟିଛି । ସ୍ୱର୍ଗତ ମିଶ୍ର କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ଅସୁସ୍ଥ ଥିଲେ । ମୃତ୍ୟୁଶଯ୍ୟା ନିକଟରେ ବଡ଼ପୁଅ ଡାକ୍ତର ସନ୍ତୋଷ ମିଶ୍ର, ଅଶୋକ ମିଶ୍ର, ସାମ୍ବାଦିକ ଅରୁଣ କୁମାର ମିଶ୍ର, ଝିଅ ପଦ୍ମିନୀ ଓ ନଳିନୀଙ୍କ ସହ ବୋହୂ ଓ ନାତିନାତୁଣୀ ଉପସ୍ଥିତ ଥିଲେ । ଅପରାହ୍ଣରେ ସ୍ଥାନୀୟ ବିଭୁତିପଡ଼ା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡ଼ପୁଅ ଡାକ୍ତର ସନ୍ତୋଷ ମିଶ୍ର ମୁଖାଗ୍ନୀ ଦେଇଥିଲେ । ଶବାଧାରରେ ବଲାଙ୍ଗିରର ବହୁ ବିଶିଷ୍ଟ ବ୍ୟକ୍ତି ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ସାମିଲ ଥିଲେ । ସୋନପୁର ଜିଲ୍ଲା ବାବବାହାଲି ଗ୍ରାମର ମୂଳନିବାସୀ ପଣ୍ଡିତ ମିଶ୍ର ଛାତ୍ରାବସ୍ଥାରେ ବଲାଙ୍ଗିରକୁ ଆସି ସଂସ୍କୃତ ଓ ଆୟୁର୍ବେଦ ଶିକ୍ଷା ଆରମ୍ଭ କରିଥିଲେ । ପରେ ଆୟୁର୍ବେଦରେ ଉଚ୍ଚଶିକ୍ଷା ଲାଭ କରି ବଲାଙ୍ଗିର ସଂସ୍କୃତ ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଚାକିରି ଜୀବନ ଆରମ୍ଭ କରିଥିଲେ । ପରେ ସ୍ୱର୍ଗତ ମିଶ୍ର ବଲାଙ୍ଗିର ଆୟୁର୍ବେଦ ମହାବିଦ୍ୟାଳୟରେ ଆୟୁର୍ବେଦ ଅଧ୍ୟାପକ ଭାବରେ ଯୋଗଦେଇଥିଲେ । ତାଙ୍କ ଦେହାନ୍ତରେ ସହରର ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । 

LEAVE A REPLY

Please enter your comment!
Please enter your name here