ସଇଁତଳା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କ ପରଲୋକ

0
41

ସଇଁତଳା,୦୪/୦୩/୨୦୨୫,(ଜେଏନ୍ଏସ୍) :ସଇଁତଳା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ (୫୮)ଙ୍କ ବାଙ୍ଗାଲୋରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ସ୍ୱର୍ଗତ ଭୋଇ ଦୀର୍ଘ ଦିନଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତ ଭୋଇ ଜଣେ କଳାକାର ଓ କବି ଭାବରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । କଣ୍ଟାବାଞ୍ଜି ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ଠାରେ ସେ ଦୀର୍ଘ ବର୍ଷ ଧରି ଶିକ୍ଷକ ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ।  ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି । 

LEAVE A REPLY

Please enter your comment!
Please enter your name here