କଳିଙ୍ଗ ଯେନ୍ ଅଦ୍ଵୈତ ମହାସଂଘରେ ବୁଦ୍ଧ ଜୟନ୍ତୀ ପାଳିତ

0
86

ଭୁବନେଶ୍ୱର,୨୭/5 (ଜେଏନ୍ଏସ୍), ସ୍ଥାନୀୟ କଳିଙ୍ଗ ଯେନ୍ ଅଦ୍ଵୈତ ମହାସଂଘରେ ୨୫୬୮ ତମ ବୁଦ୍ଧ ଜୟନ୍ତୀ ପାଳିତ ହୋଇ ଯାଇଛି। ଏହି ଅବସରରେ ଏନ୍ -୩, ବି -୬, ଆଇ ଆର ସି ଭିଲେଜ୍ ସ୍ଥିତ ମୁଖ୍ୟ କେନ୍ଦ୍ରରେ ଓଡ଼ିଆରେ ଯେନ ସୂତ୍ର ପାଠ ସହ ଧ୍ୟାନ ଅନୁଷ୍ଠିତ ହୋଇଥିଲା । ସଭାପତିଙ୍କ ଦ୍ଵାରା ପୃଥିବୀର ବିଭିନ୍ନ ଧ୍ୟାନ କେନ୍ଦ୍ର ଓ  ଧ୍ୟାନ ପଦ୍ଧତିର ପ୍ରକାର ଭେଦ ବିଷୟରେ ସୂଚନା ଦେବା ପରେ ଅନ୍ୟତମ ମୁଖ ଅତିଥି ଉତ୍କଳ ବିଶ୍ୱ ବିଦ୍ୟାଳୟ ଦର୍ଶନ ବିଭାଗ ମୁଖ୍ୟ ପ୍ର. ସରୋଜକାନ୍ତ କର ସାରଗର୍ଭକ ଅଭିଭାଷଣ ଦେଇ କହିଥିଲେ ଯେନ୍ ଧ୍ୟାନ ମାଧ୍ୟମରେ ମାନସିକ ସ୍ଥିରତା ଓ ଶାନ୍ତି ସମ୍ଭବ। ମହଯାନ ଓ ଅଦ୍ଵୈତ ମଧ୍ୟରେ ଥିବା ଅନେକ ସାମଞ୍ଜସ୍ୟ ମଧ୍ୟ ବଖାଣି ଥିଲେ। ସମ୍ମାନନୀୟ ଅତିଥି ପ୍ରାକ୍ତନ ପ୍ର. ନଳିନୀ ରଞ୍ଜନ ମହାନ୍ତି,କବି, ଇତିହାସରେ ବୌଦ୍ଧ ଧର୍ମର ଉତ୍ଥାନ, ବିକାଶ ଓ ଅବକ୍ଷୟ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ବ୍ରିଗେଡିଅର ନିରଞ୍ଜନ ଧଳ କେନ୍ଦ୍ରର ପ୍ରାରମ୍ଭ ତଥା ସ୍ଥାନୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଯେନ୍ ଧ୍ୟାନର ବିଶେଷତା ବିଷୟରେ ବକ୍ତବ୍ୟ ରଖିଥିଲେ ଏବଂ ଭୁବନେଶ୍ୱର କେନ୍ଦ୍ରରେ ଥିବା ମୂଲ୍ୟବାନ ବିରଳ ପୁସ୍ତକର ବ୍ୟବହାର କରିବା ପାଇଁ ଆହ୍ଵାନ ଦେଇଥିଲେ । ଅନୁଷ୍ଠାନର ସଭାପତି ଡ଼. ବରିଶ ପାଣିଗ୍ରାହୀଙ୍କ ଦ୍ଵାରା ଲିଖିତ ଇଂରାଜୀ ପୁସ୍ତକ “ଯେନ୍ ବୁଦ୍ଧିଜମ ଏଣ୍ଡ ଅଦ୍ଵୈତ ବେଦାନ୍ତ : ଏ କମ୍ପାରେଟିଭ ସ୍ତଡି ଅଫ ହିଷ୍ଟ୍ରି ପ୍ରାକ୍ଟିସ” ଲୋକାର୍ପିତ ହୋଇଥିଲା। ‘ବ୍ଲାକ ଇଗଲ’ ଦ୍ଵାରା ପ୍ରକାଶିତ ଏହି ପୁସ୍ତକ ବିଷୟରେ ସମୀକ୍ଷାକରି ବିଭିନ୍ନ ଦିଗ ବିଷୟରେ ସଚେତନ କରାଇ ଥିଲେ ପ୍ରାବନ୍ଧିକ ଶଶିଭୂଷଣ ରଥ । ବୁଦ୍ଧ ଓ ଶଙ୍କରଙ୍କ ପ୍ରାସଙ୍ଗିକତା ଉପରେ ଆଲୋକପାତକରି ମାଣ୍ଡୁକ୍ୟ ଉପନିଷଦ ଓ ଆଚାର୍ଯ୍ୟ ଗୌଡପାଦଙ୍କ କାରିକାରେ ବର୍ଣ୍ଣିତ ଅଲାଟ ଶାନ୍ତି ଚକ୍ର ସହ ଅଦ୍ଵୈତର ବିବର୍ତ୍ତନ ବିଷୟରେ ମନୋଜ୍ଞ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ର.ଶ୍ରୀମତୀ ବୈଜୟନ୍ତୀ ଦାସ, ପ୍ର.ନିରଞ୍ଜନ ମିଶ୍ର, ଏ.କେ. ତ୍ରିପାଠୀ, ନ୍ୟୁଟ୍ରା କ୍ରିଏସନ୍ସର ନିର୍ଦ୍ଦେଶକ ସରୋଜ କୁମାର ଶତପଥୀ, ସମ୍ବିତ ପ୍ରଧାନ, ପ୍ରଶାନ୍ତ ରାଉତରାୟ, ଡ଼ା. ରମାକାନ୍ତ ଦାସ, ଗବେଷଣା ସହାୟକ ଡି.ଦାସ, ପ୍ରଣୟ ,ସୁଜିତ୍ ଆଦି ଅନେକ ବୁଦ୍ଧିଜିବୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here