ଟିଟିଲାଗଡ଼ ଦୋକାନ ପୋଡ଼ି ଘଟଣାରେ ଜଣେ ଗିରଫ

0
73

ଟିଟିଲାଗଡ଼,୨୭/୫ (ଜେଏନ୍ଏସ୍), ଟିଟିଲାଗଡ଼ ସହରରେ ଗତ ଶନିବାର ଦିନ ଭୋର ୪ଟା ରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ପୁଲିସ ସୋମବାର ଜଣେ ଅଭିଯୁକ୍ତକୁ ଗିରଫକରି କୋର୍ଟ ଚାଲାଣ କରିଥିବା ଆହୁତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛି । ସୂଚନା ଅନୁଯାୟୀ ଗତ ୨୫ ତାରିଖ ଭୋର ୪ଟା ରେ କେହି ଦୁର୍ବୃତ୍ତ ଓଭାରବ୍ରିଜ ତଳେ ଥିବା ଦୋକାନ ଗୁଡିକରେ ନିଆଁ ଲଗାଇ ଦେଇଥିଲା । ଏ ନେଇ ବ୍ୟବସାୟୀ ଅବଦୁଲ ୱାହିଦ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ତଦନ୍ତକୁ ବ୍ୟାପକ କରିଥିଲା । ପୁଲିସ ତଦନ୍ତରେ ଜାଣିବାକୁ ପାଇଥିଲା ଯେ, ଉକ୍ତ ଦିନ ରାଜେଶ କୁମାର ଓ ସାଥୀ ମନୋଜ କୁମାର ଏହି ରାସ୍ତା ଦେଇ ରେଳ ଷ୍ଟେସନକୁ ଯାଇ ଫେରୁଥିବା ବେଳେ ରାଜେଶ କୁମାର ବିଡ଼ି ଟାଣି ଉକ୍ତ ରାସ୍ତା ଦେଇ ଯାଇଥିଲା ଏବଂ ବିଡ଼ି ଟାଣି ଦୋକାନ ଉପରକୁ ଦୋକାନ ଉପରକୁ ଜଳନ୍ତା ମାଚିସ ଫିଙ୍ଗି ଦେଇଥିଲା । ଫଳରେ ସେଠାରେ ଥିବା ୩୬ ଗୋଟି ଦୋକାନ ପର୍ଯ୍ୟାୟ କ୍ରମେ ନିଆଁରେ ପୋଡ଼ି ୨୦ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ପାଉଁଶ ହୋଇଯାଇଥିଲା। ପୁଲିସ ଗିରଫ କରି ଜେରା କରିବା ସମୟରେ ଅଭିଯୁକ୍ତ ନିଜ ଅପରାଧ ସ୍ଵୀକାର କରିଥିଲା । ଆହୁତ ସାମ୍ବାଦିକ ସମ୍ମିଳନୀରେ ଏସ୍.ଡି.ପି.ଓ. ଅଙ୍କିତା କୁମ୍ଭାର ଓ ଥାନାଧିକାରୀ ଅବନୀ ସାହୁ ସୂଚନା ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here