୩୧ ଲକ୍ଷ ଜାଲ୍ ନୋଟ ଜବତ ମାମଲା ଆଇ.ଜି.ଙ୍କ ଦ୍ଵାରା ଆଇନଜୀବୀ ରଘୁନାଥ ରଥ ସମ୍ମାନିତ ।

0
142

ଟିଟିଲାଗଡ଼,୨୯/୦୭ (ଜେଏନ୍ଏସ୍) : ଟିଟିଲାଗଡ଼ ସହରର ସରକାରୀ ଆଇନଜୀବୀ ରଘୁନାଥ ରଥଙ୍କୁ ଆଇ.ଜି.(ଏସଟିଏଫ୍) ଭୁବନେଶ୍ୱର କାର୍ଯ୍ୟାଳୟରେ ସମ୍ମାନିତ କରିଛନ୍ତି । ଗତ ବର୍ଷ ଫେରୁଆରି ୩ ତାରିଖରେ ଏସ ଟିଏଫ୍ ଟିମ୍ ଟିଟିଲାଗଡ଼ ସହରର ଏକ ପାର୍କ ନିକଟରୁ ୩୧ ଲକ୍ଷ ରୁ ଉର୍ଦ୍ଧ୍ଵ ନକଲି ନୋଟ ସହ ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ମାମଲାର ପରିଚାଳନା ଆଇନଜିବୀ ଶ୍ରୀ ରଥ କରିଥିବାବେଳେ ଗତ ୧୮.୦୫.୨୦୨୪ରେ ସହକାରୀ ଦୌରା ଜର୍ଜ କୃଷ୍ଣଚନ୍ଦ୍ର ନାୟକ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିବାନାରେ ଦଣ୍ଡିତ କରିଥିଲେ । ଏହି ମାମଲାର ସୁପରିଚାଳନା ପାଇଁ ଆଇନଜୀବୀ ଶ୍ରୀ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ କଣ୍ଟାମାଲ ଗାଁର ଲିଙ୍ଗରାଜ ବେହେରା (୫୦)  ୩୧ ଲକ୍ଷ ୨୭ ହଜାର ୫ ଶହ ଟଙ୍କାର ନକଲି ନୋଟ ସହ ଟିଟିଲାଗଡ଼ ସହରର ଏକ ପାର୍କ ନିକଟରୁ ଏସ୍ ଟିଏଫ୍ ଟିମ ହାତରେ ଧରାପଡ଼ିଥିଲା । ସମ୍ବର୍ଦ୍ଧିତ ହେବା ପରେ ଶ୍ରୀ ରଥଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଜ୍ଞାପନ କରାଯାଇଛି ।

LEAVE A REPLY

Please enter your comment!
Please enter your name here