ଟିଟିଲାଗଡ଼ରେ ମେଗା ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଉଦଯାପିତ

0
76

ଟିଟିଲାଗଡ଼,୧୧/୦୮(ଜେଏନ୍ଏସ୍) : ରାଜସ୍ଥାନୀ ଫାଉଣ୍ଡେସନ ଓ ରୋଟାରି କ୍ଲବ  ପକ୍ଷରୁ ସହରର ଡି ଏନ୍ ରିସୋର୍ଟ ପରିସରରେ ଚାଲିଥିବା ୨ ଦିନିଆ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ରବିବାର ଉଦଯାପିତ ହୋଇଛି । ଅନୁଷ୍ଠିତ ଶିବିରରେ ବିକାଶ ମଲ୍ଟି ସ୍ପେଶାଲିଟି ହସପିଟାଲ ବରଗଡ଼, ସଂଜୀବନୀ କ୍ୟାନସର ହସପିଟାଲ ରାୟପୁର ଏବଂ କେୟାର ହସପିଟାଲ ବିଶାଖାପାଟଣାର ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ପଞ୍ଜୀକୃତ ରୋଗୀଙ୍କୁ ନିଶୁଳ୍କ ପରୀକ୍ଷଣ ସହ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା । ଶିବିରରେ ଏକ ହଜାରରୁ ଉର୍ଦ୍ଧ ରୋଗୀଙ୍କୁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାରା ସମସ୍ତ ପ୍ରକାରର ରୋଗର ପରୀକ୍ଷଣ ସହ ମାଗଣା ଔଷଧ ବିତରଣ କରାଯାଇଥିଲା । ସେହିପରି କିଛି ଜଟିଳ ରୋଗର ଜରୁରୀ ଅସ୍ତ୍ରୋପଚାର ପାଇଁ ବିଶାଖାପାଟଣା ଯିବାକୁ ପରାମର୍ଶ ଦିଆଯାଇ ଥିବା ବେଳେ ଆବଶ୍ୟକ ସ୍ଥଳେ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବା ନେଇ ଆୟୋଜକଙ୍କ ପକ୍ଷରୁ ପ୍ରକାଶ କରାଯାଇଥିଲା । କାର୍ଯ୍ୟକ୍ରମରେ ରାଜସ୍ଥାନୀ ଫାଉଣ୍ଡେସନ ଅଧ୍ୟକ୍ଷ ଜଗଦୀଶ ଶର୍ମା, ସଂସ୍ଥାର ଟିଟିଲାଗଡ ସଂଯୋଜକ ବିନୋଦ ମାରୋଡ଼ିଆ, ଶିବିର ପରିଚାଳନା ନିର୍ଦ୍ଦେଶକ ଆନନ୍ଦ ଜୈନ, ସ୍ଥାନୀୟ ରୋଟାରୀ ସଭାପତି ମହେଶ ଇନ୍ଦୋରିଆ, ରମେଶ ଅଗ୍ରୱାଲ, ହରି ଅଗ୍ରୱାଲ, ସାରଦା ରାଓ, ଦୀପକ ସମଜଦାର, ପ୍ରମୋଦ କୁମାର ପାଲ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । 

LEAVE A REPLY

Please enter your comment!
Please enter your name here