ଡିଏଭି କଲେଜ କୁ ନାକ୍ ଟିମ୍ ର ଆଭାସୀ ପରିଦର୍ଶନ

0
149

ଟିଟିଲାଗଡ଼,୨୪/୦୫/୨୦୨୫(ଜେ.ଏନ୍.ଏସ୍.),ସ୍ଥାନୀୟ ଡିଏଭି ସ୍ଵୟଂ ଶାସିତ ମହାବିଦ୍ୟାଳୟକୁ ନାକ ଟିମର ୨ ଦିନିଆ ଆଭାସୀ ପରିଦର୍ଶନ କାର୍ଯ୍ୟକ୍ରମ ସମାପନ ହୋଇଯାଇଛି । ନାକ ଟିମ ସଂଯୋଜକ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟର ଡକ୍ଟର  ନିଲୁ ସୁଦ୍ ଙ୍କ ସହ ପ୍ରଫେସର ବିଦ୍ୟାସାଗର ୟୁନିଭରସିଟିର ଡକ୍ଟର ଟଗରଲାଲ ଖାନ ଓ ୟୁନିଭରସିଟି ଅଫ୍ ବାଙ୍ଗାଲୋରର ଡକ୍ଟର ପଲନ୍ୟୁ ମେନ୍ ସଦସ୍ୟ ଭାବରେ ରହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଧ୍ୟକ୍ଷ ଡକ୍ଟର ପ୍ରଣବ କିଶୋର ପୁରୋହିତ ମହାବିଦ୍ୟାଳୟର ସମ୍ପୂର୍ଣ ତଥ୍ୟ ଓ ବିବରଣୀ ଉପସ୍ଥାପନା କରିଥିଲେ । ଆଇକ୍ୟୁଏସି ସଂଯୋଜିକା ସସ୍ମିତା ପାଣିଗ୍ରାହୀ, ନାକ ଟିମ ସଂଯୋଜକ ଅରୁଣ ପ୍ରଧାନ, ପ୍ରଶାସନିକ ସଚିବ ବିଧାନ ମିଶ୍ର ପ୍ରମୁଖଙ୍କ ସହ ଗବେଷଣା ଓ ଅନୁସୃଜନ ଦଳ,ଏନ୍. ସି.ସି. ଓ ଏନ୍ଏସ୍ଏସ୍ ପ୍ରମୁଖ, ଗ୍ରନ୍ଥାଗାରିକ ଓ ସମସ୍ତ ବିଭାଗୀୟ ଅଧିକାରୀ ନାକ୍ ଟିମର ଜିଜ୍ଞାସା ଅନୁଯାୟୀ ପର୍ଯ୍ୟାୟକ୍ରମେ ତଥ୍ୟ ଉପସ୍ଥାପନା କରିଥିଲେ । ସେହିପରି କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ର ଛାତ୍ରୀଙ୍କ ସହ ନାକ୍ ଟିମ ବାର୍ତ୍ତାଳାପ ଜରିଆରେ ବିଭିନ୍ନ ତଥ୍ୟ ହାସଲ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଆୟୋଜିତ ପ୍ରସ୍ଥାନ ସଭାରେ ଅଧ୍ୟକ୍ଷ ଡକ୍ଟର ପୁରୋହିତ ମହାବିଦ୍ୟାଳୟ ସମ୍ପର୍କରେ ସକାରାତ୍ମକ ଟିପ୍ପଣୀ ପ୍ରଦାନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । 

LEAVE A REPLY

Please enter your comment!
Please enter your name here