ନାଗାବଳୀ ଟ୍ରେନ ଲାଇନଚ୍ୟୁତ

0
36

ଟିଟିଲାଗଡ଼,୦୨.୦୪.୨୦୨୫(ଜେ.ଏନ୍.ଏସ୍.), ନାନ୍ଦେଡ ସମ୍ବଲପୁର ନାଗାବଳୀ ଟ୍ରେନ ନଂ ୨୦୮୧୦ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ନାନ୍ଦେଡ ରୁ ସମ୍ବଲପୁର ଅଭିମୁଖେ ଆସୁଥିବା ନାଗାବଳୀ ସୁପର ଫାଷ୍ଟ ଏକ୍ସପ୍ରେସ ବିଜୟନଗରମ ଗୋଟଲମ ଷ୍ଟେସନ ମଧ୍ୟରେ ୩ ଟି ବଗି ଲାଇନଚ୍ୟୁତ ହୋଇଛି । ତେବେ ଟ୍ରେନଟି ଏକ ବଡ଼ ଧରଣର ଆସନ୍ନ ବିପଦରୁ ଅଳ୍ପକେ ରକ୍ଷା ପାଇଥିବା ବେଳେ ରେଳବାଇ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍ଥିତି ସ୍ୱାଭାବିକ କରାଯିବା ନେଇ କାର୍ଯ୍ୟ ଆରମ୍ଭ ହୋଇଥିବା ଏବଂ ଖୁବ୍ ଶୀଘ୍ର ଟ୍ରେନ ଚଳାଚଳ ସ୍ୱାଭାବିକ ହେବା ନେଇ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here