ମାର୍ଚ୍ଚ ୫ ରେ ହେବ ନାହିଁ ସରକାରୀ ଛୁଟି

0
76

ଟିଟିଲାଗଡ଼,୦୪/୦୩/୨୦୨୫,(ଜେଏନ୍ଏସ୍) : ପଞ୍ଚାୟତରାଜ ଦିବସ ପାଳନରେ ଜାତୀୟ ଓ ରାଜ୍ୟ ସ୍ତରରେ ଥିବା ଅସଂହତି ଦୂର କରାଯାଇଛି । ଜାତୀୟ ସ୍ତରରେ ଏପ୍ରିଲ ୨୪ ତାରିଖକୁ ଜାତୀୟ ପଞ୍ଚାୟତ ଦିବସ ରୂପେ ପାଳନ କରାଯାଉଥିବା ବେଳେ ରାଜ୍ୟରେ ପୂର୍ବ ସରକାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରି ଆସୁଥିଲେ । ପୂର୍ବ ସରକାର ରାଜ୍ୟରେ ମାର୍ଚ୍ଚ ୫ ତାରିଖକୁ ସରକାରୀ ଛୁଟି ମଧ୍ୟ ଘୋଷଣା କରିଥିଲେ । ନୂତନ ବିଜେପି ସରକାର ମାର୍ଚ୍ଚ ୫ ତାରିଖ ବିଜୁ ବାବୁଙ୍କ ଜନ୍ମତିଥିକୁ ସରକାରୀ ସ୍ତରରେ ଆଡମ୍ବର ସହ ପାଳନ କରାଯିବାକୁ ଏବଂ ଏପ୍ରିଲ ୨୪ ତାରିଖ ଲୋକସେବା ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ମାର୍ଚ୍ଚ ୫ ତାରିଖ ସରକାରୀ ଛୁଟି ଭାବେ ପାଳନ କରାଯିବ ନାହିଁ ବୋଲି ଏକ ବିଭାଗୀୟ ବିଜ୍ଞପ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି କରାଯାଇଛି । 

LEAVE A REPLY

Please enter your comment!
Please enter your name here