ସଇଁତଲାରେ ସାମ୍ବାଦିକ ସଂଘ ତରଫରୁ ବୃକ୍ଷରୋପଣ

0
98

ସଇଁତଲା, ୦୫/୦୭ (ଜେଏନ୍ଏସ୍), ବଲାଙ୍ଗିର ଜିଲ୍ଲା ସଇଁତଳା କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ପୁଲିସ କଲୋନୀ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ବନଖଣ୍ଡ ଅନ୍ତର୍ଗତ ଜିଲ୍ଲାରେ ସପ୍ତାହ ବ୍ୟାପୀ ଚାଲିଥିବା ୭୫ତମ ବନମହୋତ୍ସବ ଅନ୍ତର୍ଗତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସଇଁତଲା ଥାନାଧିକାରୀ ସୁଶାନ୍ତ ପ୍ରଧାନ, ସମ୍ମାନିତ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ସମାଜସେବୀ ମଦନଲାଲ ଅଗ୍ରୱାଲ, ଓଡିଶା ସାମ୍ବାଦିକ ସଂଘ(ଓଜେୟୁ ) ଜିଲ୍ଲା ସଭାପତି ପ୍ରମୋଦ ସେଲମା, ଧର୍ମେନ୍ଦ୍ର ସାଏ ପ୍ରମୁଖ ଯୋଗଦାନ କରି ବୃକ୍ଷରୋପଣର ଆବଶ୍ୟକତା ଓ ଉପାଦେୟତା ଉପରେ ଆଲୋକପାତ କରିଥିଲେ ।

ଅତିଥିବୃନ୍ଦ ପୁଲିସ କଲୋନୀ ପରିସରରେ ବିଭିନ୍ନ କିସମର ବୃକ୍ଷରୋପଣ କରିଥିଲେ କାର୍ଯ୍ୟକ୍ରମରେ ସଂଘ ସଭାପତି ନାରାୟଣ ସାହୁ, ସମ୍ପାଦକ ବିଶାଳ ଅଗ୍ରୱାଲ, କୋଷାଧକ୍ଷ ଅଜିତ ସାହୁ, ରଞ୍ଜନ ବାଗ, ସୁଶାନ୍ତ ମେହେର, ଲକ୍ଷ୍ମୀକାନ୍ତ ସାହୁ, ପୁଲିସ କର୍ମଚାରୀ, ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ସାମ୍ବାଦିକ ବନ୍ଧୁ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here