ସଇଁତଲା କେନ୍ଦୁପତ୍ର ରେଞ୍ଜ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

0
94

ସଇଁତଳା,୦୭/୦୭ (ଜେଏନ୍ଏସ୍), ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟଳୟ ପରିସରର ୭୫ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଟିଟିଲାଗଡ଼ କେନ୍ଦୁଲିପ ଡିଭିଜନର ଡିଏଫଓ ରଞ୍ଜିତ କୁମାର ମଲ୍ଲିକ, ସମ୍ମାନିତ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଓଡିଶା ସାମ୍ବାଦିକ ସଂଘ(ଓଜେୟୁ ) ଜିଲ୍ଲା ସଭାପତି ପ୍ରମୋଦ ସେଲମା ଓ ସ୍ଥାନୀୟ ରେଞ୍ଜର ଭାସ୍କର ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣର ଆବଶ୍ୟକତା ଓ ଉପାଦେୟତା ସମ୍ଵନ୍ଧରେ ଆଲୋକପାତ କରିଥିଲେ । ଅତିଥିବୃନ୍ଦ କାର୍ଯ୍ୟାଳୟ ପରିସରରେ ନଡ଼ିଆ ଗଛ ରୋପଣ କରିଥିଲେ । କାର୍ଯ୍ୟକ୍ରମରେ ବନପାଲ ସନୋଜ କୁମାର ନାୟକ, ମୋନାଲିସା ମିଶ୍ର, ହେମ ସାଗର ସାହୁ, ପୁଷ୍ପାଞ୍ଜଳୀ ବେହେରା, ଫରେଷ୍ଟ ଗାର୍ଡ ସୁମିତାଭ ତ୍ରିପାଠୀ, ସାମାଜିକ କର୍ମୀ ଅମିତ ରଥ, ରେଞ୍ଜ ସଭାପତି ସୁଶାନ୍ତ ମେହେର, ବାଇଣ୍ଡୀଙ୍ଗ ଚେକର ବିବେକ ପାତ୍ର, ମାଧବ ସାହୁ, ଗୌର ମହାକୁର, ଡି.ଓ.  ହିମାଂଶୁ ପାତ୍ର, ପ୍ରେମଲାଲ ସାଣ୍ଡ ଓ କେନ୍ଦୁପତ୍ର ବିଭାଗର କର୍ମଚାରୀମାନେ ସାମିଲ ହୋଇଥିଲେ । 

LEAVE A REPLY

Please enter your comment!
Please enter your name here