ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

0
39

ଟିଟିଲାଗଡ଼,୧୫/୦୨/୨୦୨୫,(ଜେଏନ୍ଏସ୍),ଟିଟିଲାଗଡ଼ ପୁଲିସ ପକ୍ଷରୁ ଶୁକ୍ରବାର ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂତନ ଥାନା ଅଧିକାରୀ କଲ୍ୟାଣୀ ବେହେରାଙ୍କ ନେତୃତ୍ୱରେ ପୁଲିସ, ଗୃହରକ୍ଷୀ ବାହିନୀ, ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ଥାନା ପରିସରରୁ ଏକ ସଚେତନତା ରେଲି ରେ ବାହାରି ସହର ପରିକ୍ରମା କରିଥିଲେ । ପୁଲିସ ପକ୍ଷରୁ ଟ୍ରାଫିକ ନିୟମ ପାଳନ, ଗାଡ଼ି ଚଳାଇବା ସମୟରେ ହେଲମେଟ ପିନ୍ଧିବା, ସଡ଼କ ନିୟମ ମାନିବା, ମଦ୍ୟପାନ କରି ଗାଡ଼ି ନ ଚଳେଇବା, ଲାଇସେନ୍ସ ପାଖରେ ରଖିବା ଆଦି ବିଷୟ ଉପରେ ଗାଡ଼ିଚାଳକଙ୍କୁ ସଚେତନ କରାଯାଇଥିଲା । ସଚେତନା ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ “ସଡକ ସୁରକ୍ଷା ଜୀବନ ରକ୍ଷା” ନାରା ଦେବାସହ ଅପ୍ରାପ୍ତ ବୟସ୍କଙ୍କୁ ଗାଡ଼ିଚାଳନାରୁ  ବିରତ ରଖିବାକୁ ଅଭିଭାବକଙ୍କୁ ସଚେତନ କରିଥିଲେ । 

LEAVE A REPLY

Please enter your comment!
Please enter your name here