ସଇଁତଲାରେ ଏସବିଆଇ ର ନୂତନ ଶାଖା ଉଦ୍ଘାଟିତ

0
153

ସଇଁତଳା (ଜେଏନ୍ଏସ୍),ବଲାଙ୍ଗୀର ଜିଲ୍ଲା ସଇଁତଳା ଠାରେ ଭାରତୀୟ ଷ୍ଟେଷ୍ଟ ବ୍ୟାଙ୍କର ନୂତନ ଶାଖା ଉଦ୍ଘାଟିତ ହୋଇଯାଇଛି । ସ୍ଥାନୀୟ ଶାଖା ପରିଚାଳକ ପ୍ରଫୁଲ ଭାଇଁସାଙ୍କ ଅଧ୍ୟକ୍ଷାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କ୍ଷେତ୍ରୀୟ ପ୍ରବନ୍ଧକ କୋଲା ବାଲାଜୀ ଯୋଗଦେଇ ନୂତନ ଶାଖା କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ଏହି ଅବସରରେ ଏସବିଆଇ ପିଏମ ଯୋଜନା ଅନ୍ତର୍ଗତ କିଛି ହିତାଧୀକାରୀଙ୍କୁ ୨ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା।ଅଞ୍ଚଳର ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ କରିବା ବ୍ୟାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ । କାର୍ଯ୍ୟକ୍ରମ ରେ ବଲାଙ୍ଗୀର ଜିଲ୍ଲା ଏସବିଆଇ ମୁଖ୍ୟ ପ୍ରବନ୍ଧକ ଅଶୋକ ମିଶ୍ରଙ୍କ ଓ ବିଭାଗୀୟ ଅଧିକାରୀ ପ୍ରମୁଖଙ୍କ ସହ ସ୍ଥାନୀୟ ସରପଞ୍ଚ ଓ ଶାଖାର ବହୁ ଗ୍ରାହକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here