ଆମ୍ବେଦକର ଜୟନ୍ତୀରେ ସ୍କୁଲ ଖୋଲା

0
41

ଟିଟିଲାଗଡ଼,୧୪/୦୪/୨୦୨୫(ଜେଏନ୍ଏସ୍),ଭାରତରତ୍ନ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ ସରକାରୀ ଛୁଟି ଘୋଷଣା ହୋଇଥିବା ବେଳେ ବେସରକାରୀ ସ୍କୁଲ ଖୋଲା ଯିବା ସହ ପାଠ ପଢେଇବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଟିଟିଲାଗଡ଼ ସହର ମଧ୍ୟରେ ଥିବା ଦାଦିଜୀ ପ୍ରଭାବତୀ ପବ୍ଲିକ ସ୍କୁଲ ଏହି ଛୁଟି ଦିବସରେ ସ୍ଵାଭାବିକ ଭାବରେ ଖୋଲାଯାଇ ପାଠ ପଢାଇବା ଭଳି ଘଟଣା ଦେଖିବାକୁ ମିଳିଛି । ଆମ୍ବେଦକର ଜୟନ୍ତୀରେ ସହରର ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସହ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଥିବାବେଳେ ଉକ୍ତ ସ୍କୁଲ ସ୍ଵାଭାବିକ ଭାବରେ ଖୋଲା ରହିଥିଲା । ଅଭିଭାବକମାନେ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଆଣି ଛାଡ଼ିଥିବା ବେଳେ ସରକାରୀ ନିର୍ଦେଶନାମାକୁ ବେଖାତିର କରି ସ୍ଵାଭାବିକ ଭାବରେ ସ୍କୁଲ ଚାଲିଥିବା ଦେଖିବାକୁ ମିଳିଥିଲା । ଘଟଣାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ ପରିସରରେ ବିଭିନ୍ନ କ୍ରିୟା କଳାପ ଚାଲୁଥିବା ନେଇ ସଫେଇ ଦେଇଥିଲେ । ତେବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ଘଟଣାକୁ ନେଇ ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here