ରେଳ ଷ୍ଟେସନ ପରିସରରୁ ବିଦେଶୀ ମଦ ଜବତ : ୧ ଗିରଫ

0
162

ଟିଟିଲାଗଡ଼,୩୦/୦୯,(ଜେଏନଏସ), ଟିଟିଲାଗଡ଼ ରେଳ ଷ୍ଟେସନ ପରିସରରୁ ୩୯ ବୋତଲ ବିଦେଶୀ ମଦ ଜବତ ସହ ଅଭିଯୁକ୍ତକୁ ରେଳ ସୁରକ୍ଷା ବଳ ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍ ଜିଲ୍ଲା ମକ୍କୁଭା ଥାନା ଅନ୍ତର୍ଗତ ଚପ୍ପାବୁଚମ୍ପେଟା ଗ୍ରାମ ନିବାସୀ ତିରୁପତି କନୁରୁ(୨୯) ବିଦେଶୀ ମଦ ବୋତଲ ସହ ଷ୍ଟେସନ ପରିସରରେ ଥିବାବେଳେ ଆରପିଏଫ୍ ପୁଲିସ ହାତରେ ଧରା ପଡ଼ିଥିଲା । ଗିରଫ ପରେ ଜବତ ବିଦେଶୀ ମଦ ସହ ଅଭିଯୁକ୍ତକୁ ଆରପିଏଫ୍ ଅବକାରୀ ପୁଲିସକୁ ହସ୍ତାନ୍ତର କରିଥିବା ବେଳେ ଅବକାରୀ ପୁଲିସ ଏକ ମାମଲା ରୁଜୁ ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । 

LEAVE A REPLY

Please enter your comment!
Please enter your name here