ଛତୁଆ ବଣ୍ଟନରେ ଅନିୟମିତତା ଅଭିଯୋଗ

0
100

ଟିଟିଲାଗଡ଼,୩୦/୦୯,(ଜେଏନଏସ), କେନ୍ଦ୍ର ଏବଂ ରାଜ୍ୟ ସରକାର ଗର୍ଭବତୀ ତଥା ପ୍ରସୂତି ମହିଳା, ୩ ବର୍ଷରୁ ଓ ୬ ବର୍ଷ ମଧ୍ୟରେ ଶିଶୁଙ୍କ ଅପପୃଷ୍ଟି ଜନିତ ଦୁର୍ବଳତା, ମୃତ୍ୟୁହାର ରୋକିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ଛତୁଆ, ଅଣ୍ଡା ସମେତ ରନ୍ଧା ଖାଦ୍ୟ ବଣ୍ଟନ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ଘରୋଇ ବିଦ୍ୟାଳୟ ସଦୃଶ  ଅଙ୍ଗନବାଡ଼ି କେନ୍ଦ୍ର ପ୍ରାକ ବିଦ୍ୟାଳୟରେ ଶିକ୍ଷା ପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସରକାରଙ୍କ ଉଦ୍ଦେଶ୍ୟ ଲକ୍ଷ୍ୟଚ୍ୟୁତ ହେଉଥିବା ଦେଖିବାକୁ ମିଳିଛି । ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଘୋଡ଼ାର ପଞ୍ଚାୟତର ଅନ୍ତର୍ଲା ଗ୍ରାମବାସୀ ଅଙ୍ଗନବାଡ଼ି କେନ୍ଦ୍ରରେ ଅନିୟମିତତା ହେଉଥିବା ଦର୍ଶାଇ  ସୋମବାର ଟିଟିଲାଗଡ଼ ବିଡ଼ିଓ ଏବଂ ସିଡ଼ିପିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ସମ୍ପୃକ୍ତ କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ୮ ରୁ ୯ ମାସ ହେଲା ଛତୁଆ ଓ ଅଣ୍ଡା ଦେଇ ନ ଥିବା ନେଇଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିସହ ସଂପୃକ୍ତ କେନ୍ଦ୍ରରେ ବ୍ୟାପକ ଅନିୟମିତତା ହେଉଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । 

LEAVE A REPLY

Please enter your comment!
Please enter your name here