ସିହିନି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପିଏମ୍ ଶ୍ରୀ ରେ ସାମିଲ

0
143

ଟିଟିଲାଗଡ଼,୩୦/୦୯,(ଜେଏନଏସ), ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସିହିନି ଉନ୍ନୀତ ଉଚ୍ଚ ବିଦ୍ୟାଳୟ କେନ୍ଦ୍ର ସରକାରଙ୍କ ୨୦୨୪-୨୫ ପିଏମ୍ ଶ୍ରୀ ଯୋଜନାରେ ସାମିଲ ହୋଇଛି । ଏହି ଯୋଜନା ଅନ୍ତର୍ଗତ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ୪୫୦ ସ୍କୁଲକୁ ସାମିଲ କରାଯାଇଥିବା କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ପତ୍ର ସଂଖ୍ୟା ୨୪୩୮୨ ରେ ଉଲ୍ଲେଖ ରହିଛି । ସିହିନି ଗ୍ରାମ ଠାରେ ୧୯୫୮ ମସିହାରେ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟ ଆରମ୍ଭରୁ  ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ୨୦୦୯ ମସିହାରେ ଏହା ଉଚ୍ଚ ମାଧ୍ୟମିକ ସ୍ତରକୁ ଉନ୍ନୀତ ହୋଇ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । ବର୍ତ୍ତମାନ ବିଦ୍ୟାଳୟରେ ମୋଟ ୫୪୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି । ବର୍ତ୍ତମାନ ଏହି ବିଦ୍ୟାଳୟ ପିଏମଶ୍ରୀରେ ସାମିଲ ହେବାପରେ ନୂତନ ଆଶା ସୃଷ୍ଟି ହୋଇଥିବା ସ୍ଥାନୀୟ ସରପଞ୍ଚ ତଥା ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ବୀରବର ସାହୁ ପ୍ରକାଶ କରିଛନ୍ତି । ଏହା ଦ୍ୱାରା ବିଦ୍ୟାଳୟ ଓ  ଛାତ୍ରଛାତ୍ରୀଙ୍କ ଆହୁରି ଉନ୍ନତି ହେବ ବୋଲି  ଶ୍ରୀ ସାହୁ କହିଛନ୍ତି ।  

LEAVE A REPLY

Please enter your comment!
Please enter your name here