ଭାରତ ବିକାଶ ପରିଷଦ ପକ୍ଷରୁ ବିଦ୍ୟାର୍ଥୀ ନିର୍ମାଣ ଆଲୋଚନାଚକ୍ର

0
58

ଟିଟିଲାଗଡ଼,୦୯/୧୨,(ଜେଏନ୍ଏସ୍),ଭାରତ ବିକାଶ ପରିଷଦ ଟିଟିଲାଗଡ଼ ଶାଖା ପକ୍ଷରୁ ସ୍ଥାନୀୟ ଓମଭେଲି ସ୍କୁଲ ପରିସରରେ ବିଦ୍ୟାର୍ଥୀ ନିର୍ମାଣ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଦର୍ଶ ବିଦ୍ୟାର୍ଥୀର ଲକ୍ଷଣ ସମ୍ପର୍କରେ ଆଲୋକପାତ କରିଥିଲେ ।ଭାରତୀୟ ସଂସ୍କୃତିର ଧରୋହର ଉପନିଷଦ, ଗୀତା, ପୁରାଣ ଆଦି ବିଭିନ୍ନ ଶାସ୍ତ୍ରର ଉଦାହରଣ ଦେଇଥିଲେ ।

ଏହି ଆଲୋଚନା ଶୀର୍ଷକରେ ୧୦ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ସଂସ୍କାର ସଚିବ ଉମେଶ ଚନ୍ଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜୟପ୍ରକାଶ ଅଗ୍ରୱାଲ ସଭାପତିତ୍ୱ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଯାଜପୁରର ୱେଲ ଫେୟାର୍ ଅଫ ବ୍ଲାଇଣ୍ଡ ଅନୁଷ୍ଠାନକୁ ୫୦୦୦/- ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନ ସମ୍ପାଦକ ପ୍ରମୋଦ ପାଲ, ବ୍ରହ୍ମାନନ୍ଦ ପୁହାଣ, କିଶୋର ମହାପାତ୍ର, ଅଖିଳ ପଣ୍ଡା, ଡକ୍ଟର ଛାୟାକାନ୍ତ ଷଡ଼ଙ୍ଗୀ, ରାଜୀବ ପାଢ଼ୀ, ସେବକ ଦାସ, ଜଗନ୍ନାଥ ପଣ୍ଡା, ସରୋଜ ନାୟକ ପ୍ରମୁଖଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here