ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

0
60

ଟିଟିଲାଗଡ଼,୧୩/୧୧,(ଜେଏନ୍ଏସ୍) ସ୍ଥାନୀୟ ସରକାରୀ ବାଳକ ହାଇସ୍କୁଲ ପଡିଆଠାରେ ତ୍ରୀଦିବସୀୟ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି ଭାବରେ ଯୋଗଦେଇ ମେଳାର ଶୁଭ ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ବାବୁଲି ଚରଣ ସେଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖତ୍ରୀ, ଜିଲ୍ଲା ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଡ଼. ପ୍ରଫୁଲ୍ଲ ଭଞ୍ଜ, କୃଷି ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ଲାସା ମୁର୍ମୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ । ବିଧାୟକ ଶ୍ରୀ ଜୈନ ସରକାର ଚାଷୀଙ୍କ ପ୍ରତି ବିଶେଷ ଭାବରେ ଯତ୍ନବାନଥିବା ଉଲ୍ଲେଖ କରିଥିଲେ । ସରକାର ଧାନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରୁଥିବା ବେଳେ ଚାଷୀ କୁଳର ଉନ୍ନତିକୁ ପ୍ରାଥମିକତା ଦେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା କହିଥିଲେ । ଏହି ଅବସରରେ ସଫଳ ମତ୍ସ୍ୟ ଚାଷୀ ଅଶ୍ୱିନୀ ସାହୁଙ୍କୁ ଅତିଥି ବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ । ମେଳାରେ ନୂତନ ପ୍ରଯୁକ୍ତି ଯୁକ୍ତ କୃଷି ଯନ୍ତ୍ରପାତି, ବିହନ, ମିଲେଟ ଆଦି ପ୍ରଦର୍ଶିତ କରାଯାଇଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଟିଟିଲାଗଡ଼ ପୌର ନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରକାର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ, ଏଡିଓ ସୁରେନ୍ଦ୍ର ଘୋଡା, ବ୍ଲକ କୃଷି ଅଧିକାରୀ ଭକ୍ତ ଚରଣ ଛତ୍ରିଆ, ଆନନ୍ଦ ମଲ୍ଲିକ, ଏଏଓ ବଙ୍ଗୋମୁଣ୍ଡା ସ୍ମାରକୀ ପ୍ରଧାନ, ଅଶ୍ୱିନୀ ରାଉତ, ରୀତିକ ରାୟ, ଅଭିନାଶ ପାଣିଗ୍ରାହୀ, ଗୁଲସନ ମହନ୍ତ, ସଂଜିବ ନାୟକ, ସମ୍ବିତ ସୌରଭ, ପ୍ରଶାନ୍ତ ମେହେର ପ୍ରମୁଖ ଉପଖଣ୍ଡ ଓ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ବିଏଓ ସୁନନ୍ଦା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ଚାଷୀଙ୍କ ସହ ସ୍ଥାନୀୟ ଜନ ସାଧାରଣ ଯୋଗଦେଇଥିଲେ । 

LEAVE A REPLY

Please enter your comment!
Please enter your name here