ଅନ୍ତଃରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ ସୁଟିଂ ଚମ୍ପିୟନସିପରେ ଯୋଗଦେଲେ କଳିକେଶ

0
67

ବଲାଙ୍ଗିର,୧୧/୧୧,(ଜେଏନ୍ଏସ୍) ଇଣ୍ଟର ୟୁନିଭର୍ସିଟି ସ୍ପୋର୍ଟସ ଫେଡେରେସନ (ଫିସୁ) ପ୍ରୟୋଜନାରେ ଦିଲ୍ଲୀ  ମାନଭରଚନା ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଆନ୍ତଃରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ ସୁଟିଂ ଚମ୍ପିୟନସିପରେ କେନ୍ଦ୍ରମନ୍ତ୍ରୀ ଜୟନ୍ତସିଂ ଚୌଧୁରୀଙ୍କ ସହ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂ ଦେଓ ଯୋଗଦେଇଛନ୍ତି । ଭାରତ ସମେତ ଏହି ପ୍ରତିଯୋଗିତାରେ ମୋଟ ୨୩ଟି ଦେଶର ୨୮୦ ପ୍ରତିଯୋଗୀ ଓ ଅଫିସିଆଲ୍ସସ ଯୋଗଦେଇଥିଲେ । କେନ୍ଦ୍ର ଦକ୍ଷତାବିକାଶ ଓ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ  ଜୟନ୍ତ ସିଂଚୌଧୁରୀ ଏହି ଚମ୍ପିୟନସିପ ପାଇଁ ଏନଆରଏଆଇ ଓ କଳିକେଶଙ୍କ ଉଦ୍ୟମକୁ ପ୍ରଶଂସା ଜଣାଇଛନ୍ତି । ୧୦ମିଟର ପିସ୍ତଲ ସୁଟିଂ ଫାଇନାଲରେ ବିଜୟୀ ପ୍ରତିଯୋଗୀ ତଥା ଭାରତରୁ ପ୍ରତିନିଧିତ୍ୱ କରି ଏହି ଚମ୍ପିୟନସିପରେ ସ୍ୱର୍ଣ୍ଣ ଓ ରୌପ୍ୟମେଡାଲ ଜିଣିଥିବା ପ୍ରତିଯୋଗୀଙ୍କୁ କେନ୍ଦ୍ର ମନ୍ତ୍ରୀ ମେଡାଲ ପ୍ରଦାନ କରିଥିଲେ । ବିଧାୟକ କଳିକେଶ ନାରାୟଣ ସିଂଦେଓ ପୂର୍ବରୁ ଏନ୍.ଆର୍.ଏ.ଆଇ.ର କାର୍ଯ୍ୟକାରୀ ସଭାପତି ଥିବା ବେଳେ ପେରିସ ଅଲମ୍ପିମକୁ ପ୍ରତିଯୋଗୀମାନଙ୍କୁ ନେଇ ଯାଇଥିଲେ । ପେରିସ ଅଲମ୍ପିକରେ ସୁଟିଂ ଇଭେଣ୍ଟରେ ଭାରତ ଉତ୍କର୍ଷ ପ୍ରଦର୍ଶନ କରିଥିଲା ଓ ୪ଟି ମେଡାଲ ଆଣିଥିଲା । ଗତ ସେପଟେମ୍ବର ମାସରେ ଅନୁଷ୍ଠିତ ଏନ୍.ଆର୍.ଏ.ଆଇ. ର ନିର୍ବାଚନରେ କଳିକେଶ  ବିଜୟୀ ହୋଇ ସଭାପତି ହୋଇଥିଲେ । ଭାରତୀୟ କ୍ରୀଡାବିଦଙ୍କ ମଧ୍ୟରେ ଏକ ପ୍ରତିଯୋଗୀ ମନୋଭାବ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରାଯିବାର ଆବଶ୍ୟକତା ରହିଥିବା ଶ୍ରୀ ସିଂ ଦେଓ ପ୍ରକାଶ କରିଛନ୍ତି । 

LEAVE A REPLY

Please enter your comment!
Please enter your name here