ଟିଟିଲାଗଡ଼ ପୂର୍ତ୍ତବିଭାଗର ଜି.ଇ.ଡି. କାର୍ଯ୍ୟାଳୟ ପାଲଟିଛି ଦୁର୍ନୀତିର ଗନ୍ତାଘର ; ମାଳ ମାଳ ଅଭିଯୋଗ କାର୍ଯ୍ୟାନୁଷ୍ଠାନ ଶୁନ୍

0
84

ଟିଟିଲାଗଡ଼,୧୧/୧୧,(ଜେଏନ୍ଏସ୍) ଟିଟିଲାଗଡ଼ ସହର ମଧ୍ୟରେ ଥିବା ଜେନେରାଲ ଇଲେକ୍ଟ୍ରିକାଲ ଡିଭିଜନ (ଜି.ଇ.ଡି.) କାର୍ଯ୍ୟାଳୟ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ ହୋଇଛି । ଟିଟିଲାଗଡ଼, କଣ୍ଟାବାଞ୍ଜି ଓ ପାଟଣାଗଡ଼ ଅନ୍ତର୍ଗତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ କୋଠାର ବିଦ୍ୟୁତ୍ ସରୋବରାହ ତଥା ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଉଦ୍ଧିଷ୍ଟ ଏହି କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟର ଅଟକଳ ପରିମାଣ ଏଫ୍ ଟୁ ଅନ୍ତର୍ଗତ ୫ ଲକ୍ଷ ଟଙ୍କାରୁ କମ ନିର୍ଦ୍ଧାରିତ କରି କରାଯାଉଥିବା ଅଭିଯୋଗ ହୋଇଛି । ଏପରିକି ସମସ୍ତ କାର୍ଯ୍ୟ ନିର୍ଦ୍ଧିଷ୍ଟ କିଛି ଠିକାଦାର ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ କରୁଥିବା ଦେଖିବାକୁ ମିଳିଛି । କିଛିଦିନ ପୂର୍ବରୁ କଣ୍ଟାବାଞ୍ଜି ପୂର୍ତ୍ତବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ ହୋଇଥିବା ବେଳେ ସଂପୃକ୍ତ କାର୍ଯ୍ୟାଳୟର ଦୁର୍ନୀତି ପେଡ଼ି ଖୋଲିବା ଆରମ୍ଭ ହୋଇଛି ।ଏହି ବିଭାଗ ଅନ୍ତର୍ଗତ ସ୍ଥାନୀୟ ଜି.ଇ.ଡି. କାର୍ଯ୍ୟାଳୟ ଦ୍ଵାରା ଏମ୍.ସି.ଏଚ୍. ଠାରେ ଲଗାଯାଇଥିବା ୫୦୦ କେଭି ଟ୍ରାନସଫର୍ମର ନିମ୍ନମାନର ଯୋଗୁଁ ୨ ଥର ପୋଡ଼ି ସାରିଥିବା ବେଳେ ୩୩ କେଭି ଲିମ୍ବସ ମଧ୍ୟ ଇତିମଧ୍ୟରେ ୨ ଥର ପୋଡ଼ି ସାରିଛି । ବିନା ଟେଣ୍ଡର ପ୍ରକ୍ରିୟାରେ ଏମ୍.ସି.ଏଚ୍. ପରିସରରେ ୩୦ ଲକ୍ଷ ଟଙ୍କାର ସୋଲାର ଲାଇଟ ଲଗାଯାଇଛି । ସେହିପରି ଅଫିସ କାର୍ଯ୍ୟାଳୟ ଗୋଦାମ ଗୃହ ଓ ଠିକାଦାରଙ୍କ ବାସସ୍ଥଳୀ ପାଲଟିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ନେଇ ବିଭାଗୀୟ ଏସ୍.ଇ. ଅର୍ଜୁନ ବେହେରାଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଫୋନ ଉଠାଇ ନ ଥିଲେ । ବିଭାଗୀୟ ଏସ୍.ଡି.ଓ. ଦିଲେଶ୍ୱର୍ ମାଝୀ ଓ ଯନ୍ତ୍ରୀ ଅନିଲ ମହାନ୍ତି ମଧ୍ୟ ଘଟଣା ସମ୍ଵନ୍ଧରେ ଭିନ୍ନ ମତ ରଖିଥିଲେ । 

LEAVE A REPLY

Please enter your comment!
Please enter your name here