ପରଲୋକରେ ସୁନାମୁଖୀ ଠାକୁର

0
52

ଟିଟିଲାଗଡ଼,୨୫/୦୧/୨୦୨୫,(ଜେଏନ୍ଏସ୍), ପୂର୍ବତନ ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ତଥା ବିଜେପି ନେତା ମହେନ୍ଦ୍ର ଠାକୁରଙ୍କ ମାତା ସୁନମୁଖୀ ଠାକୁର (୯୭)ଙ୍କ ଶନିବାର ତାଙ୍କ ଗୋଏଲଭାଡ଼ି ଗ୍ରାମ ସ୍ଥିତ ବାସଭବନରେ ପରଲୋକ ଘଟିଛି । ସେ କିଛିଦିନ ଧରି ଅସୁସ୍ଥ ଥିବାବେଳେ ଆଜି ଦିନ ୧୧ ଘଣ୍ଟା ସମୟରେ ତାଙ୍କ ପରଲୋକ ଘଟିଥିଲା । ମୃତ୍ୟୁ ଶଯ୍ୟାରେ ବୋହୁ ମମତା ଠାକୁର, ନାତୁଣୀ ଶିଖା, ପୁଅ ମହେନ୍ଦ୍ର ଓ କନ୍ତିଲାଲଙ୍କ ସହ ସମସ୍ତ ପରିବାର ସଦସ୍ୟ ଉପସ୍ଥିତ ଥିଲେ ।ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁତ୍ର ମହେନ୍ଦ୍ର ମୁଖାଗ୍ନୀ ଦେଇ ଥିଲେ । ସ୍ୱର୍ଗତ ଶ୍ରୀମତୀ ଠାକୁରଙ୍କ ବିୟୋଗରେ ବିଧାୟକ ନବୀନ ଜୈନ, ବିଶିଷ୍ଠ ବିଜେପି ନେତା ପ୍ରମୋଦ ପ୍ରଧାନ, ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ, ସାଂସଦଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ ଏବଂ ବହୁ ଦଳୀୟ ନେତା ପ୍ରମୁଖଙ୍କ ସହ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here