ବିଶାଲ ମେଗାମାର୍ଟ ସହ ୨ ବ୍ୟାଙ୍କର ବିଦ୍ୟୁତ ସଂଯୋଗ କାଟିଲା ଟାଟା ପାୱାର

0
48

ଟିଟିଲାଗଡ଼,୨୦/୦୨/୨୦୨୫,(ଜେଏନ୍ଏସ୍), ପୌର ପରିଷଦ ଅନ୍ତର୍ଗତ ସରକାରୀ ଜମିରେ ବିଦ୍ୟୁତ ବିଭାଗ ପକ୍ଷରୁ ଟ୍ରାନସପର୍ମର ବସାଯାଇ ୨ଟି ବ୍ୟାଙ୍କ ଓ ବ୍ୟବସାୟୀକ ଅନୁଷ୍ଠାନକୁ ବିଦ୍ୟୁତ ସଂଯୋଗ କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ପୌର ପରିଷଦ ପକ୍ଷରୁ ସଂପୃକ୍ତ ଅନୁଷ୍ଠାନ ସହ ଟାଟା ପାୱାର ଅଧିକାରୀଙ୍କୁ ୧୫ ଦିନ ମଧ୍ୟରେ ଟ୍ରାନସପର୍ମର ସ୍ଥାନାନ୍ତରିତ କରିବାକୁ ନୋଟିସ ଜାରି ହୋଇଥିଲା । ନୋଟିସ ପରେ ବୁଧବାର ଟାଟା ପାୱାର ପକ୍ଷରୁ ସ୍ଥାନୀୟ ଏକ୍ସିସ ବ୍ୟାଙ୍କ, ଷ୍ଟେଷ୍ଟ ବ୍ୟାଙ୍କ ଓ ବିଶାଳ ମେଗା ମାର୍ଟର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଛି । ସୂଚନା ଅନୁଯାୟୀ ସହରର ଜନଗହଳି ପୂର୍ଣ୍ଣ ପୁରୁଣା ବ୍ୟାଙ୍କ ଛକ ରାସ୍ତା ପାର୍ଶ୍ଵରେ କ୍ରମାଗତ ଭାବରେ ୩ଟି ଟ୍ରାନସପର୍ମର ବେଆଇନ ଭାବରେ ବସାଯାଇ ଏହି ବିଦ୍ୟୁତ ସଂଯୋଗ ଦିଆଯାଇଛି । ଆକ୍ସିସ ବ୍ୟାଙ୍କ ପାଇଁ ୨୫୦ କେଭି, ଷ୍ଟେଟ୍ ବ୍ୟାଙ୍କ ପାଇଁ ୧୦୦ କେଭି ଓ ବିଶାଳ ମେଗାମାର୍ଟ ପାଇଁ ୧୬୦ କେଭିଏ ଟ୍ରାନ୍ସଫର୍ମର ସ୍ଥାପନା କରାଯାଇଛି । ଏଥିରେ ଚଞ୍ଚକତା କରାଯାଇ ଅନ୍ୟ ଜମିର କାଗଜପତ୍ର ଦେଇ ସରକାରୀ ଜମିରେ ଏହା ସ୍ଥାପନା କରାଯାଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ଜଣେ ପୌର ଅଧିକାରୀ ଏହାକୁ ଏନ୍. ଓ. ସି. ଦେଇଥିବା ବେଳେ ଟାଟା ପାୱାର ସଂପୃକ୍ତ ସଂସ୍ଥାଗୁଡ଼ିକୁ ବିଦ୍ୟୁତ ସଂଯୋଗ ମଧ୍ୟ ଦେଇଛି । ତେବେ ବାରମ୍ବାର ଅଭିଯୋଗ ପରେ ପୂର୍ବତନ ପୌର ନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରକାର ସ୍ଥିତି ପରଖିବା ସହ ସଂପୃକ୍ତ ସଂସ୍ଥାଗୁଡ଼ିକୁ ନୋଟିସ ଜାରି କରିଥିଲେ । ଘଟଣାକୁ ନେଇ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ ବିନାୟକ ରାଉତଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ପୌର ବିଭାଗ ନୋଟିସ ପରେ ଏହି ପଦକ୍ଷେପ ନିଆଯାଇଥିବା ପ୍ରକାଶ କରିଛନ୍ତି । 

LEAVE A REPLY

Please enter your comment!
Please enter your name here