ଗୁଜୁରାତି ସମାଜ ପକ୍ଷରୁ ଆୟୋଜିତ ‘ଗରବା’ ଉଦଯାପିତ

0
79

ଟିଟିଲାଗଡ଼,୧୩/୧୦,(ଜେଏନ୍ଏସ୍) ଟିଟିଲାଗଡ଼ ଗୁଜୁରାତି ସମାଜ ପକ୍ଷରୁ ନବରାତ୍ରି ଅବସରରେ ଆୟୋଜିତ ‘ଗରବା’ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଆଶ୍ୱିନ ମାସ ନବରାତ୍ରି ଆରମ୍ଭ ରୁ ଗୁଜୁରାତି ସମାଜ ପକ୍ଷରୁ ସ୍ଥାନୀୟ ସତ୍ୟ ନାରାୟଣ ମନ୍ଦିର ପରିସରରେ ମା ଅମ୍ବେ ଙ୍କ ପୂଜାର୍ଚ୍ଚନା  ଆରମ୍ଭ ହୋଇଥାଏ । ଏହି ଅବସରରେ ପ୍ରତିଦିନ ସମାଜ ପକ୍ଷରୁ ଭକ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ, ପାନୀୟ ଜଳ, ପ୍ରସାଦ ଆଦି ବଣ୍ଟନ କରାଯାଇଥାଏ । ଗୁଜୁରାତି ସମାଜ ସଭାପତି ହରିଶ ରାୟଠାଟାଙ୍କ ସଂଯୋଜନାରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି, ପୌର ପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନ, ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି  ରମେଶ ଅଗ୍ରୱାଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମାଙ୍କ ଆଶିର୍ବାଦ ନେବା ସହ ଭକ୍ତଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଶ୍ୱିନ ଠକ୍କର, ହରିଶ ପୋପଟ୍, ମୁକେଶ ଚାୱଡ଼ା, ଭରତ ପିଟ୍ରୋଡା, ଦିନେଶ ପିଟ୍ରୋଡା, ଲିନା ରାୟଠାଟା, ଗୀତା ଚାୱଡ଼ା, ଶୀଲା ଠକ୍କର, ଜ୍ୟୋତି ଗାଲା, ନିକିତା ପିଟ୍ରୋଡା, ଭରତ ଗାଲା ପ୍ରମୁଖଙ୍କ ସହ ସମାଜର ବହୁ ସଦସ୍ୟ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here