ଟିଟିଲାଗଡ଼ରେ ରାବଣ ଦହନ କାର୍ଯ୍ୟକ୍ରମ

0
61

ଟିଟିଲାଗଡ଼,୧୩/୧୦,(ଜେଏନ୍ଏସ୍) ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ଟିଟିଲାଗଡ଼ ସହରର ଉଭୟ ସ୍ଥାନରେ ରାବଣ ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଡି.ଏ.ଭି. କଲେଜ ଖେଳପଡ଼ିଆରେ ଆୟୋଜିତ ଦ୍ୱାଦଶତମ ରାବଣ ଦହନ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି, ନଗରପାଳ ମମତା ଦେବୀ ଜୈନ, ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବିଜୟା ଦଶମୀ ଅବସରରେ ମନୁଷ୍ୟ ମଧ୍ୟରେ ଥିବା ରାଗ, ଦ୍ୱେଷ ଓ ଅହଂ ଭାବକୁ ଜଳାଞ୍ଜଳି ଦେଇ ଶାନ୍ତି, ମୈତ୍ରୀ ଓ ଭାଇଚାରା ପ୍ରତିଷ୍ଠିତ କରିପାରିଲେ ପ୍ରକୃତ ରାବଣ ଦହନ ସଫଳ ହେବ ବୋଲି ମୁଖ୍ୟ ଅତିଥି ଶ୍ରୀ ଜୈନ ଉଲ୍ଲେଖ କରିଥିଲେ । ମଣିଷ ମଧ୍ୟରେ ଥିବା ଅହଂ ହିଁ ମଣିଷକୁ ବିନାଶର ରାସ୍ତା ଦେଖାଇ ଥାଏ ବୋଲି ସମ୍ମାନିତ ଅତିଥି ଶ୍ରୀମତୀ ଜୈନ କହିଥିଲେ । ମନୁଷ୍ୟ ନିଜ ଉପରେ ବିଜୟ ପ୍ରାପ୍ତ କରିବା ହିଁ ଏହି ଦିବସର ଉଦ୍ଦେଶ୍ୟ ବୋଲି ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀ ଦାସ କହିଥିଲେ । କମିଟି ସଭାପତି ଶ୍ରୀପତି ସାହୁ ସଭା ସଂଯୋଜନା କରିଥିବା ବେଳେ ସଂଜୀବ ତ୍ରିପାଠି ସ୍ୱାଗତ ଭାଷଣ ଓ ଲିଙ୍ଗରାଜ ସାହୁ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନୀଳାମ୍ବର ମିଶ୍ର, ପ୍ରକାଶ ଗୋୟଲ, ଶେଖର ସିହ୍ନା, ସତ୍ୟ ବାଗ, କମିଟି ସମ୍ପାଦକ ସୁଧୀର ଘଡେ଼ଇ, ଖ୍ୱାଜ ମହମ୍ମଦ, ହରପ୍ରସାଦ ଦାସ, ସୁବୋଧ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ ।ସେହିପରି ବୀର ହନୁମାନ ବ୍ୟାୟାମ ଶାଳା ପକ୍ଷରୁ ସ୍ଥାନୀୟ ବାଳକ ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ଅନୁରୂପ କାର୍ଯ୍ୟକ୍ରମରେ ପ୍ରଖ୍ୟାତ କୋଶଲୀ କବି ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟଅତିଥି, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ସମାଜସେବୀ ରାଜେଶ ସାହୁ, ଜିଲ୍ଲା ପରିଷଦ ସଦସ୍ୟା ଗୀତା ବିଶି, ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବର୍ତ୍ତମାନ ସମାଜରେ ନାରୀ ପ୍ରତି ମୁହୂର୍ତ୍ତରେ ନିର୍ଯ୍ୟାତନାର ଶିକାର ହେଉଛି, ଆଜି ମଣିଷ ସମାଜ ରାବଣର ଚରିତ୍ରରୁ ଆହୁରି ହୀନ ହେବାରେ ଲାଗିଛି । ପାପର ସମୟ ସୀମା ଟପିଗଲେ ତାହାର କୁପରିଣାମ ବି ଭୋଗିବାକୁ ହୁଏ । ଏହି ଦିବସ ଆମକୁ ଏହି ଶିକ୍ଷା ଦେଇଆସିଥିବା ମୁଖ୍ୟ ଅତିଥି ଶ୍ରୀ ନାଗ କହିଥିଲେ । ନିଜ ମନ ଭିତରେ ଥିବା ଅହଂକାର ଭାବକୁ ତ୍ୟାଗ କରି ଶାନ୍ତ୍ରୀ ଓ ମୈତ୍ରୀ ପ୍ରତିଷ୍ଠା କରିବାରେ ସହାୟକ ହୋଇପାରିଲେ ହିଁ ବାସ୍ତବରେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଫଳ ହୋଇପାରିବ ବୋଲି ସମ୍ମାନିତ ଅତିଥି ଶ୍ରୀମତି ସାହୁ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜେଶ ପ୍ରଧାନ, ରଣଜିତ ପୃଷ୍ଟି, ରାବଣ ଦହନ କାର୍ଯ୍ୟକ୍ରମର ମୁଖ୍ୟ ସୁମନ ବେହେରା, କମିଟି ର ସମ୍ପାଦକ ଦିଲୀପ ବାଗ, ପୁରୁଷୋତ୍ତମ,ପୁଷୁ ଜୈନ, ଅରୁଣ ମିଶ୍ର, ଜିତୁ ପାଢ଼ୀ, କୃଷ୍ଣ ପାତ୍ର, ରାଜକୁମାର ସିଂ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଉଭୟ କାର୍ଯ୍ୟରେ ବିଶାଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ମୃତୟନ  କରାଯାଇଥିଲା । 

LEAVE A REPLY

Please enter your comment!
Please enter your name here