ଟିଟିଲାଗଡ଼ ସରକାରୀ ଡାକ୍ତରଖାନା ସ୍ଥାନାନ୍ତରଣ ନେଇ ଜନମତ ଲୋଡିଲେ ବିଧାୟକ

0
93

ଟିଟିଲାଗଡ଼,୨୮/୦୯,(ଜେଏନଏସ), ଟିଟିଲାଗଡ଼ ରୋଗୀ କଲ୍ୟାଣ ସମିତି ପକ୍ଷରୁ ସ୍ଥାନୀୟ ମାତୃ ଓ ଶିଶୁ ଡାକ୍ତରଖାନା ସମ୍ମିଳନୀ କକ୍ଷରେ ଏସ୍.ଡି.ଏଚ୍. ସ୍ଥାନାନ୍ତରଣକୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସମିତି ସଭାପତି ତଥା ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ସଭାପତିତ୍ଵରେ ଆୟୋଜିତ ବୈଠକରେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖତ୍ରୀ, ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ, ଏସ୍.ଡି.ପି.ଓ. ଅଙ୍କିତା କୁମ୍ଭାର, ଏସ୍.ଡ଼ି.ଏମ୍.ଓ. ପ୍ରଦୀପ କୁମାର ନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ଆୟୋଜିତ ବୈଠକରେ ବିଧାୟକ ଶ୍ରୀ ଜୈନ ସହର ମଧ୍ୟରେ ଥିବା ଡାକ୍ତରଖାନାକୁ ନବନିର୍ମିତ ଏସ୍.ଡି.ଏଚ୍.କୁ ସ୍ଥାନାନରଣ ପାଇଁ ଉପସ୍ଥିତ ବୁଦ୍ଧିଜୀବୀ ତଥା ସାମାଜିକ ଅନୁଷ୍ଠାନର ପ୍ରତିନିଧିଙ୍କ ମତ ଲୋଡିଥିଲେ । ପୂର୍ବରୁ ମାତୃ ଓ ଶିଶୁ ଡାକ୍ତରଖାନା ସହର ମଧ୍ୟରୁ ଏଠାକୁ ସ୍ଥାନାନ୍ତରିତ ହୋଇସାରିଥିବା ବେଳେ ବର୍ତ୍ତମାନ ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର ପୂର୍ବରୁ ବିଧାୟକ ସହରବାସୀଙ୍କ ଜନମତ ଲୋଡ଼ିବା ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଟିଟିଲାଗଡ଼ ଡ଼ାକ୍ତରଖାନାରେ ଡାକ୍ତର ଅଭାବ ସମସ୍ୟା ଯୋଗୁଁ ରୋଗୀ ସେବାରେ ବ୍ୟାଘାତ ସୃଷ୍ଟି ହେଉଥିବାବେଳେ ଏପରି ସ୍ଥିତିରେ ସହର ମଧ୍ୟରେ ଥିବା ଡାକ୍ତରଖାନାକୁ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଭାବରେ ପରିଚାଳିତ କରାଯାଇ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବାକୁ ଉପସ୍ଥିତ ବୁଦ୍ଧିଜୀବୀ ତଥା ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ଦାବୀ ରଖିଥିଲେ । ବିଧାୟକ ଶ୍ରୀ ଜୈନ ମଧ୍ୟ ଏହି ଦାବୀ ସହ ଏକମତ ହୋଇ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରିବାକୁ ପ୍ରତିଶୁତି ଦେଇଥିଲେ । ଡାକ୍ତର ଓଁକାର ହୋତା ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥଲେ ।କାର୍ଯ୍ୟକ୍ରମରେ ରୋଗୀ କଲ୍ୟାଣ ସମିତିର ସମସ୍ତ ସଦସ୍ୟ, ବିଭିନ୍ନ ବିଭାଗୀୟ ଅଧିକାରୀ, ବୁଦ୍ଧିଜୀବୀଙ୍କ ସହ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here