ସମୃଦ୍ଧି ସମାଜ ପକ୍ଷରୁ ‘ନୂଆଖାଇ ଭେଟଘାଟ’

0
82

ଟିଟିଲାଗଡ଼,୨୮/୦୯,(ଜେଏନଏସ),ଟିଟିଲାଗଡ଼ ବୈଶ୍ନୋଦେବୀ ନଗର ସମୃଦ୍ଧି ସମାଜ ପକ୍ଷରୁ ‘ନୂଆଖାଇ ଭେଟଘାଟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଦ୍ୟାଧର ବାଗଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି, କ୍ଷେତ୍ରୀୟ ପ୍ରବନ୍ଧକ ପ୍ରଫୁଲ୍ଲ ଭଏଁସା, ସଇଁତଳା ବ୍ଲକ ଏସ୍.ଟି.ଏସ୍.ସି. ସମାଜ ସଂଯୋଜକ ବାଳକୃଷ୍ଣ ବାଗ ସମ୍ମାନିତ ଅତିଥି ଏବଂ ଅଧ୍ୟାପକ ଡୋଳା ମଣୀ କୁଅଁର ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ । ଅତିଥିବୃନ୍ଦ ଭାଇଚାରାର ମହାନ୍ ପର୍ବ ନୂଆଖାଇ ର ମାହାତ୍ମ୍ୟ ଉଲ୍ଲେଖ ସହ ଆୟୋଜକଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଆୟୋଜକଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସମ୍ପାଦକ ଗୌରହରି ନାଗ, ଉପଦେଷ୍ଟା ଝାରୁ ଲାଲ ନନ୍ଦ, ପ୍ରଦୀପ ତାଣ୍ଡି ପ୍ରମୁଖଙ୍କ ସହ ସମାଜର ବହୁ ପରିବାର ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here