ଟିଟିଲାଗଡ଼ ମାଉସୀ ମା ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ

0
113

ଟିଟିଲାଗଡ଼,୧୩/୦୯,(ଜେଏନଏସ), ଟିଟିଲାଗଡ଼ ମାଉସୀ ମା ଦୁର୍ଗାପୂଜା କମିଟି ପକ୍ଷରୁ ଗୁରୁବାର ଅପରାହ୍ଣରେ ଆସନ୍ତା  ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ଥର କମିଟି ୮୮ ତମ ଦୁର୍ଗାପୂଜା ପାଳିତ କରିବାକୁ ଯାଉଥିବା ବେଳେ ଏହାକୁ ଉତ୍କୃଷ୍ଟ ଓ ସୁଚାରୁରୂପେ କରାଯିବାକୁ ବୈଠକରେ ଆଲୋଚନା ହୋଇଥିଲା ।ସେହିପରି ଚଳିତ ବର୍ଷ ପାଇଁ ପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଚଳିତବର୍ଷ ପାଇଁ ସୁଧୀର ଅଗ୍ରୱାଲ ସଭାପତି, ଦୀପକ ସମଜଦାର ଉପ ସଭାପତି, ଆକାଶ ଗୋୟଲ୍ ସମ୍ପାଦକ, ଜିତେନ୍ଦ୍ର ଜୈନ ସହ ସମ୍ପାଦକ ଏବଂ ଶେଷଦେବ ସାହୁଙ୍କୁ କୋଷାଧ୍ୟକ୍ଷ ଭାବରେ ମନୋନୀତ କରାଯାଇଛି । ଆୟୋଜିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମହେଶ ଇନ୍ଦୋରିଆ, ଶ୍ୟାମ ପ୍ରସାଦ ଗରିଆ, ଧବଳେଶ୍ୱର ଦଳ ବେହେରା, ପ୍ରେମ ଜୈନ, ଜଗଦୀଶ ଜୈନ, ଚିନ୍ତାମଣି ମହାପାତ୍ର, ସଞ୍ଜୟ ବେହେରା, ଗୁଲାପ ସୋନି, ରାଜେନ୍ଦ୍ର ନାରାୟଣ ମିଶ୍ର, ଗୋବର୍ଦ୍ଧନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। 

LEAVE A REPLY

Please enter your comment!
Please enter your name here