ଆଶା ଅନୁଷ୍ଠାନ ପକ୍ଷରୁ ମହିଳାଙ୍କ ରୋଷେଇ ପ୍ରତିଯୋଗିତା

0
84

ଟିଟିଲାଗଡ଼,୧୮/୧୦,(ଜେଏନ୍ଏସ୍) ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବେଲପଡ଼ା ଠାରେ କୃଷି ବିଭାଗ ଓ ଆଶା ଅନୁଷ୍ଠାନ ପକ୍ଷରୁ ମହିଳାଙ୍କ ପାଇଁ ସୁସ୍ୱାଦୁ ବ୍ୟଞ୍ଜନ ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବାବୁଲି ଚରଣ ସେଠୀ ମୁଖ୍ୟଅତିଥି, କୃଷି ଅଧିକାରୀ ସୁରେନ୍ଦ୍ର ଘଡେ଼ଇ, ସୁଧାକର ନନ୍ଦ, ସୁନନ୍ଦା ସାହୁ, ରିତିକ ରାୟ, ଡିଏଲଟି ସୂର୍ଯ୍ୟ ଦାସ, ଆଶା ସମ୍ପାଦକ ସଞ୍ଜୀବ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗି ମହିଳାଙ୍କୁ ଉତ୍ସାହିତ କରିଥିଲେ । ଅଣ ଶସ୍ୟ ଯଥା ପନିପରିବା, ଡାଲି ଜାତୀୟ ଓ ତୈଳ ଜାତୀୟ ଶସ୍ୟକୁ ବ୍ୟବହାର କରି ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରିବାର କୌଶଳ ବୃଦ୍ଧି କରିବା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିଯୋଗିତାରେ ଜିଏଭା ଜିରି ସ୍ଵୟଂ ସହାୟିକା ଗୋଷ୍ଠୀ ପ୍ରଥମ ଏବଂ  ବନ୍ଦନା ସ୍ଵୟଂ ସହାୟିକା ଗୋଷ୍ଠୀ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ । କୃତ୍ତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ମଲ୍ଲିକ, ପରମେଶ୍ୱର ରଣା, ଶମ୍ଭୁ ବେନିଆ, ମାନସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here