ଅଣସଂଗଠିତ ଶ୍ରମିକ ସଚେତନ ଶିବିର

0
72

ଟିଟିଲାଗଡ଼,୧୬/୧୦,(ଜେଏନ୍ଏସ୍) ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ଠାରେ ଅଗ୍ରଣୀ ବେସରକାରୀ ଅନୁଷ୍ଠାନ ଏକ୍ସନଏଡ୍ ପକ୍ଷରୁ  ଅଣ ସଂଗଠିତ ଶ୍ରମିକ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଏ.ଆଇ.ସି.ସି.ଟି.ୟୁ. ର ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା ମୁଖ୍ୟଅତିଥି, ନିୟମଗିରି ବଞ୍ଚାଅ ସଂଗ୍ରାମ ପରିଷଦର ଆବାହକ ଲିଙ୍ଗରାଜ ଆଜାଦ, ସ୍ଥାନୀୟ ସରପଞ୍ଚ ହୃଷୀକେଶ ବାଗ, ଏକ୍ସନଏଡ୍ ର ମୁରଲୀ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶ୍ରମିକଙ୍କୁ ସଚେତନ କରିଥିଲେ । ଅଣସଂଗଠିତ ଶ୍ରମିକଙ୍କ ପାଇଁ ଉଦ୍ଧିଷ୍ଟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଶ୍ରମିକଙ୍କ ବିଭିନ୍ନ ନ୍ୟାୟିକ ଅଧିକାର ସମ୍ଵନ୍ଧରେ ଅତିଥିବୃନ୍ଦ ଉଲ୍ଲେଖ କରିଥିଲେ । ଏକ୍ସନ୍ଏଡ୍ ଓ ଜନ ଜାଗରଣ ଦାଦନ ସଂଘ କର୍ମକର୍ତ୍ତାଙ୍କ ସହ ବିଜେପୁର ଓ ବାଞ୍ଜିପଦର୍ ପଞ୍ଚାୟତରୁ ଶତାଧିକ ମହିଳା ଓ ପୁରୁଷ ଶିବିରରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୂପେନ୍ଦ୍ର ରଣା, ସଞ୍ଜୀବ ରଣା, ତୃପ୍ତିମୟୀ ପ୍ରଧାନ, ଜ୍ୟୋତିର୍ମୟୀ ଦହଲ ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here