ଭାରତ ହେବ ଜୁନିୟର ସୁଟିଂ ୱାର୍ଲ୍ଡକପ ଚମ୍ପିୟନସିପର ଆୟୋଜକ

0
73

ବଲାଙ୍ଗିର,୧୫/୧୦,(ଜେଏନ୍ଏସ୍) ଆଗାମୀ ୨୦୨୫ରେ ଭାରତ ଜୁନିୟର ସୁଟିଂ ୱାର୍ଲ୍ଡ ଚ୍ୟାମ୍ପିୟନସିପର ଆୟୋଜକ ହେବ ବୋଲି ଏନ.ଆର.ଏ.ଆଇ.ର ସଭାପତି କଳିକେଶ ନାରାୟଣ ସିଂଦେଓ ସୂଚନା ଦେଇଛନ୍ତି । ଚଳିତବର୍ଷ ପ୍ୟାରିସ ଅଲମ୍ପିକରେ ଭାରତ ୩ଟି ବ୍ରୋଞ୍ଜମେଡାଲ ଜିଣି ରେକର୍ଡ କରିଥିବା ଏବଂ ଦେଶରେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ହୋଇଥିବା ଶ୍ରୀ ସିଂଦେଓ କହିଛନ୍ତି । ଦିଲ୍ଲୀରେ ୱାର୍ଲ୍ଡକପ ଫାଇନାଲ ଚାଲିଥିବା ବେଳେ ଇଣ୍ଟରନେସନାଲ ସୁଟିଂ ସ୍ପୋର୍ଟସ ଫେଡେରେସନ(ଆଇଏସଏସଏଫ)ର ସଭାପତି ଲୁଇସିନୋ ରୋସି ଯୋଗଦେଇ ଭାରତ ଆଗାମୀ ଜୁନିୟର ୱାର୍ଡକପ ସୁଟିଂ ଚ୍ୟାମ୍ପିୟନସିପ ଆୟୋଜନ କରିବାକୁ ସମସ୍ତ ମାପଦଣ୍ଡ ପୂରଣ କରୁଥିବା ଉଲ୍ଲେଖ କରିଥିଲେ । ସଭାପତି ଶ୍ରୀ ସିଂ ଦେଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦିଲ୍ଲୀର ତୁଗଲକାବାଦର ଡ.କର୍ଣ୍ଣି ସିଂ ରେଞ୍ଜ  ୱାର୍ଲ୍ଡକପ ଚ୍ୟାମ୍ପିୟନସିପ ନେସନାଲ ରାଇଫଲ ଏସୋସିଏସନ ଅଫ ଇଣ୍ଡିଆ(ଏନଆରଏଆଇ) ପକ୍ଷରୁ ଏହାର ପ୍ରସ୍ତୁତି ଆରମ୍ଭ ହୋଇଛି । ଗତ ସପ୍ତାହରେ ପେରୁରେ ଆୟୋଜିତ ଜୁନିୟର ୱାର୍ଲ୍ଡକପ ଚ୍ୟାମ୍ପିୟନସିପରେ ଭାରତୀୟ ଖେଳାଳିଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଆସନ୍ତା ୨୦୨୫ରେ ଜୁନିୟର ୱାର୍ଲ୍ଡକପ ସୁଟିଂ ଚ୍ୟାମ୍ପିୟନସିପ ଦେଶରେ ଆୟୋଜିତ ହେବା ଦେଶ ପାଇଁ ଗର୍ବର ବିଷୟ ଏବଂ ଆସନ୍ତା ୨୦୨୬-୨୭ରେ ମଧ୍ୟ ଦେଶରେ କୋଟା କପ ଆୟୋଜନ ହେବା ନେଇ  କଳିକେଶ ସୂଚନା ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here