ଛାତ୍ରୀ ନିବାସରେ ପ୍ରସ୍ତୁତ ଖାଦ୍ୟ ଖାଇ ୨୯ ଛାତ୍ରୀ ଅସୁସ୍ଥ

0
31

ଟିଟିଲାଗଡ଼, ୨୬/୦୩/୨୦୨୫(ଜେ.ଏନ୍.ଏସ୍.): ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଖୋଲାନ ଗ୍ରାମରେ ଥିବା କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟରେ ୨୯ ଜଣ ଛାତ୍ରୀ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।ସୂଚନା ଅନୁଯାୟୀ ଖୋଲାନ୍ ଗ୍ରାମ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ରେ୧୪୭ ଜଣ ଛାତ୍ରୀ ରହୁଥିବା ବେଳେ ଗତକାଲି ଖାଦ୍ୟ ଖାଇସାରିବା ପରେ ପ୍ରଥମେ ୫ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ନଳିନୀ ବେହେରା ସ୍ଥାନୀୟ ସରପଞ୍ଚ ନରେଶ ଅଗ୍ରୱାଲଙ୍କ ସହାୟତାରେ ଖୋଲାନ୍ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିବା ସହ ପ୍ରାଥମିକ ଚିକିତ୍ସା କରାଇଥିଲେ ।ତେବେ ଆଜି ପୁଣି ଆଉ ୨୪ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ବେଳେ ସମସ୍ତଙ୍କୁ ଖୋଲାନ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଘଟଣାର ପ୍ରକୃତ କାରଣ ଜଣାପଡି ନ ଥିଲେ ମଧ୍ୟ ଚିକିତ୍ସା କରୁଥିବା ଡାକ୍ତର ଏହା ଖାଦ୍ୟ ବିଷାକ୍ତତା ଯୋଗୁଁ ହୋଇଥିବା ଅନୁମାନ କରିଛନ୍ତି । ଘଟଣାର ଖବର ପାଇ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖତ୍ରି, ବିଡ଼ିଓ ଚନ୍ଦ୍ରମଣି ନାଗ, ଅତିରିକ୍ତ ଶିକ୍ଷା ଅଧିକାରୀ ଅଭିରାମ ମାଝୀ ପ୍ରମୁଖ ଖୋଲାନ୍ ଡାକ୍ତରଖାନାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଚିକିତ୍ସିତ ଛାତ୍ରୀଙ୍କ ମଧ୍ୟରୁ ୧୫ ଜଣଙ୍କୁ ଟିଟିଲାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସେଥିମଧ୍ୟରୁ ଗୁରୁତର ଜଣେ ଛାତ୍ରୀଙ୍କୁ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । 

LEAVE A REPLY

Please enter your comment!
Please enter your name here