ସ୍ୱର୍ଗତ ବିଷୋୟୀ ନିଜ ଚାଷ ଜମିକୁ ଯାଇଥିବା ବେଳେ ଏହି କୀଟ ଆକ୍ରମଣର ଶିକାର ହୋଇଥିଲେ । ପ୍ରଥମେ ତାଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଓ ପରେ ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନାକୁ ରେଫର କରାଯାଇଥିଲା । ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁନଃ ଅଧିକ ଚିକିତ୍ସା ପାଇଁ ବରଗଡ଼ ବିକାଶ ଡାକ୍ତରଖାନାକୁ ପରିବାର ଲୋକେ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ସୂଚନା ଥାଉ କି ଧାନ କିଆରୀ, ଜଙ୍ଗଲ, ଆଖୁ କିଆରୀ, କପା କିଆରୀ ଇତ୍ୟାଦି କାର୍ଯ୍ୟରେ ସଂପୃକ୍ତ ରହୁଥିବା ବ୍ୟକ୍ତି ବିଶେଷଙ୍କୁ ଏହି କୀଟ ଆକ୍ରମଣ କରୁଥିବା ଜଣା ପଡ଼ିଛି । ସ୍କ୍ରୁବ୍ ଟାଇଫସ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ପ୍ରଥମେ ଘୁମୁରି ଭଳିଆ ଚିହ୍ନ ଦେଖାଦେବା ସହ ପରେ ସେହି ସ୍ଥାନ କଳା ପଡି ଚର୍ମ ମରିଯିବା ଭଳି ଲକ୍ଷଣ ଦେଖାଯାଇଥାଏ । ଆକ୍ରାନ୍ତ ବ୍ୟକ୍ତିକୁ ଜ୍ଵର ହେବା ସହ ନିଃଶ୍ୱାସ ପ୍ରସ୍ୱାଶ ନେବାରେ ସମସ୍ୟା ଉପୁଜିବା ସହିତ ମୁଣ୍ଡ ବ୍ୟଥା, ଶରୀର ଜଟିଳ ହୋଇଥାଏ । ଚିକିତ୍ସକଙ୍କ ମତ ଅନୁଯାୟୀ ରୋଗ ଚିହ୍ନଟରେ ବିଳମ୍ବ ରୋଗୀଙ୍କ ମୃତ୍ୟୁର ପ୍ରମୁଖ କାରଣ ହୋଇଥାଏ । ୨୦୧୪ ମସିହାରେ ପରେ ରାଜ୍ୟରେ ସ୍କ୍ରବ ଟାଇଫସ ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଠିକ୍ ପରିସଂଖ୍ୟାନ ପାଇ ନ ପାରିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ସୂଚନା ଥାଉ କି, ସ୍କର୍ବ ଟାଇଫସ ରୋଗର ଚିକିତ୍ସା ପଦ୍ଧତିକୁ ନେଇ ସାଧାରଣରେ ବିଭ୍ରାନ୍ତି ଲାଗି ରହିଥିବା ବେଳେ ଡାକ୍ତରଙ୍କ ମଧ୍ୟରେ ମଧ୍ୟ ଏହାକୁ ନେଇ ମତଭେଦ ରହିଥିବା ଜଣାପଡିଛି । Important: Unauthorized Copying Prohibited
This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.
For permissions or inquiries, please contact us directly.