ସେହିପରି ବୀର ହନୁମାନ ବ୍ୟାୟାମ ଶାଳା ପକ୍ଷରୁ ସ୍ଥାନୀୟ ବାଳକ ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ଅନୁରୂପ କାର୍ଯ୍ୟକ୍ରମରେ ପ୍ରଖ୍ୟାତ କୋଶଲୀ କବି ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟଅତିଥି, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ସମାଜସେବୀ ରାଜେଶ ସାହୁ, ଜିଲ୍ଲା ପରିଷଦ ସଦସ୍ୟା ଗୀତା ବିଶି, ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବର୍ତ୍ତମାନ ସମାଜରେ ନାରୀ ପ୍ରତି ମୁହୂର୍ତ୍ତରେ ନିର୍ଯ୍ୟାତନାର ଶିକାର ହେଉଛି, ଆଜି ମଣିଷ ସମାଜ ରାବଣର ଚରିତ୍ରରୁ ଆହୁରି ହୀନ ହେବାରେ ଲାଗିଛି । ପାପର ସମୟ ସୀମା ଟପିଗଲେ ତାହାର କୁପରିଣାମ ବି ଭୋଗିବାକୁ ହୁଏ । ଏହି ଦିବସ ଆମକୁ ଏହି ଶିକ୍ଷା ଦେଇଆସିଥିବା ମୁଖ୍ୟ ଅତିଥି ଶ୍ରୀ ନାଗ କହିଥିଲେ । ନିଜ ମନ ଭିତରେ ଥିବା ଅହଂକାର ଭାବକୁ ତ୍ୟାଗ କରି ଶାନ୍ତ୍ରୀ ଓ ମୈତ୍ରୀ ପ୍ରତିଷ୍ଠା କରିବାରେ ସହାୟକ ହୋଇପାରିଲେ ହିଁ ବାସ୍ତବରେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଫଳ ହୋଇପାରିବ ବୋଲି ସମ୍ମାନିତ ଅତିଥି ଶ୍ରୀମତି ସାହୁ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜେଶ ପ୍ରଧାନ, ରଣଜିତ ପୃଷ୍ଟି, ରାବଣ ଦହନ କାର୍ଯ୍ୟକ୍ରମର ମୁଖ୍ୟ ସୁମନ ବେହେରା, କମିଟି ର ସମ୍ପାଦକ ଦିଲୀପ ବାଗ, ପୁରୁଷୋତ୍ତମ,ପୁଷୁ ଜୈନ, ଅରୁଣ ମିଶ୍ର, ଜିତୁ ପାଢ଼ୀ, କୃଷ୍ଣ ପାତ୍ର, ରାଜକୁମାର ସିଂ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଉଭୟ କାର୍ଯ୍ୟରେ ବିଶାଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ମୃତୟନ କରାଯାଇଥିଲା । Important: Unauthorized Copying Prohibited
This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.
For permissions or inquiries, please contact us directly.