ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ ୧୧ ଜୁଆରୀ ଗିରଫ

0
151

ଟିଟିଲାଗଡ଼,୨୮/୧୦,(ଜେଏନ୍ଏସ୍) ଟିଟିଲାଗଡ଼ ପୁଲିସ ପକ୍ଷରୁ ଗତ ବିଳମ୍ବିତ ରାତିରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୧୧ ଜଣ ଜୁଆରୀଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ କିଛିଦିନ ଧରି କୁମୁଡ଼ା ପାହାଡ ପଛ ପଟେ ବିଳମ୍ବିତ ରାତ୍ରି ଯାଏ ଜୁଆ ଖେଳ ଚାଲୁଥିବା ନେଇ ପୁଲିସ ଖବର ପାଇଥିଲା । ଗତ ରାତିରେ ପୁଲିସ ଟିମ୍ ଚଢାଉକରି ଘଟଣାସ୍ଥଳରୁ ୧୧ ଜଣକୁ ଗିରଫ କରିବା ସହ ୩୨ ହଜାର ଟଙ୍କା,୨ଟି ବାଇକ ଓ ୬ଟି ମୋବାଇଲ ଫୋନ ଜବତ କରିଥିଲା । ଘଟଣାକୁ ନେଇ ଏକ ମାମଲା ରୁଜୁ କରାଯିବା ସହ ସମସ୍ତ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି । ଗିରଫ ସମସ୍ତ ଅଭିଯୁକ୍ତ ଟିଟିଲାଗଡ଼ ଅଞ୍ଚଳର ଏବଂ ସେମାନଙ୍କ ନା ରେ ପୂର୍ବରୁ ମଧ୍ୟ ଅନେକ ମାମଲା ରହିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here