କ୍ଲଷ୍ଟର ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ

0
64

ଟିଟିଲାଗଡ଼,୨୮/୧୦,(ଜେଏନ୍ଏସ୍) ଟିଟିଲାଗଡ଼ ସହର ନିକଟ ଲେବଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂତନ ଭାବେ ଯୋଗଦେଇଥିବା କନିଷ୍ଠ ଶିକ୍ଷକମାନଙ୍କ ପାଇଁ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପଦ୍ମଲୋଚନ ତାଣ୍ଡିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉତ୍ସବରେ ଲେବଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦୁତିବାହାନ ମୁନା ମୁଖ୍ୟ ଅତିଥି, ପ୍ରଧାନ ଶିକ୍ଷକ ଶୁଭେନ୍ଦୁ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନୂତନ କନିଷ୍ଠ ଶିକ୍ଷକଙ୍କୁ ଉତ୍ସାହିତ କରିଥିଲେ । କନିଷ୍ଠ ଶିକ୍ଷକମାନଙ୍କୁ ଅତିଥିବୃନ୍ଦ ଉପଢୌକନ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ବରିଷ୍ଠ ଶିକ୍ଷକ ସୁନୀଲ ଅଗସ୍ତି ମଞ୍ଚ ପରିଚାଳନା କରିଥିବାବେଳେ ଖେଳ ଶିକ୍ଷକ କୁବେର ଲାଲ୍ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଅନିଲ ବେହେରା, ବିନୟ ଅଗସ୍ତି, ତୋଷ ସାହୁ, ବିକାଶ ଭୋଇ, ପ୍ରମୋଦ ଜେନା, ରଶ୍ମିତା ନାଗ, ଦୀପା ନାଏକ, ମଣ୍ଟୁ ପୁଝାରୀ, ଲୟ ରଣା, କାର୍ତ୍ତିକ ସାହୁ ପ୍ରମୁଖଙ୍କ ସହିତ କ୍ଲଷ୍ଟର ଅନ୍ତର୍ଗତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here