ସେଣ୍ଟଆନି ସ୍କୁଲ ଇକୋ କ୍ଲବ ପକ୍ଷରୁ ସ୍ୱଚ୍ଛତା ସଚେତନ ଶୋଭାଯାତ୍ରା

0
68

ଟିଟିଲାଗଡ଼,୨୭/୧୦,(ଜେଏନ୍ଏସ୍) ଟିଟିଲାଗଡ଼ ସେଣ୍ଟଆନି ସ୍କୁଲ ଇକୋ କ୍ଳବ ପକ୍ଷରୁ ଶନିବାର ଦିନ ‘ଗ୍ରୀନ ଇଣ୍ଡିଆ କ୍ଲିନ ଇଣ୍ଡିଆ’ କାର୍ଯ୍ୟକ୍ରମ ଅନ୍ତର୍ଗତ ସି ଚ୍ଛତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବାସହ ସ୍ୱଚ୍ଛତାର ବାର୍ତ୍ତା ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ଟିଟିଲାଗଡ଼ ପୌରାଧ୍ୟକ୍ଷା ମମତା ଦେବୀ ଜୈନ, ପୌର ନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରାକାର, କଂଗ୍ରେସ ଯୁବନେତା ବୀରେନ୍ଦ୍ର ବାଗ ସାମିଲ ହୋଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ସିଷ୍ଟର ଡ଼କ୍ଟର ବୀଣା ଭର୍ଗିସ, ଉପାଧ୍ୟକ୍ଷ ସନ୍ଦୀପ ମିଶ୍ର, ଇକୋ କ୍ଳବ ସଭାପତି ପ୍ରଶାନ୍ତ ବେହେରା, ଉପସଭାପତି ମୁକେଶ ସାହୁ, କିରଣ ଦାଶ, ଅଭିମନ୍ୟୁ ବେହେରା, ନିହାର ରଞ୍ଜନ ପାଢ଼ୀ, ପ୍ରତିମା ନାଏକ, ପଙ୍କଜିନୀ ସାହୁ, ଜେନିମା ଜୟକୁଟ୍ଟୀ, ନିଶାରାଣୀ ତାଣ୍ଡି ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସାମିଲ ଥିଲେ । 

LEAVE A REPLY

Please enter your comment!
Please enter your name here