ମହିଳା ଅଧିକାର ତାଲିମ ଶିବିର ଅନୁଷ୍ଠିତ

0
66

ଟିଟିଲାଗଡ଼,୨୬/୧୦,(ଜେଏନ୍ଏସ୍) ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ଶୁକ୍ରବାର ଅଗ୍ରଣୀ ବେସରକାରୀ ସଂସ୍ଥା ‘ଏକ୍ସନଏଡ’ ଓ ‘ଜନଜାଗରଣ ଦାଦନ ସଂଘ’ ପକ୍ଷରୁ ମହିଳାଙ୍କ ଅଧିକାରକୁ ନେଇ ଏକ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ରାଜକୁମାର ଦାସ ଓ ‘ଏକ୍ସନଏଡ୍’ର କେନ୍ଦ୍ରୀୟ ସଂଯୋଜକ ମୁରଲୀ ଚରଣ ଦାସ ଯୋଗଦେଇ ମହିଳାଙ୍କ ସାମ୍ବିଧାନିକ ଓ ମୌଳିକ ଅଧିକାର ସମ୍ବନ୍ଧୀୟ ତାଲିମ ପ୍ରଦାନ କରିଥିଲେ ।ଟିଟିଲାଗଡ଼ ଓ ମୁରିବାହାଲ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ୪୫ ଜଣ ମହିଳା ଯୋଗଦେଇ ତାଲିମ ନେଇଥିଲେ । ଅନୁଷ୍ଠାନର ଭୁପେନ୍ଦ୍ର ରଣା, ସଞ୍ଜୀବ ରଣା, ଜ୍ୟୋତିର୍ମୟୀ ଦହଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।  

LEAVE A REPLY

Please enter your comment!
Please enter your name here