
ଟିଟିଲାଗଡ,୨୩/୩(ଜେଏନଏସ),ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରୁ ସୋମବାର ଅଗ୍ରଣୀ ବେସରକାରୀ ଅନୁଷ୍ଠାନ ଆକ୍ସନଏଡ୍ ପକ୍ଷରୁ ଏକ ମହିଳା ସଚେତନତା ରଥ ର ଶୁଭାରମ୍ଭ ହୋଇଛି।କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗ ମୁଖ୍ୟ ଅତିଥି,ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ,ଥାନା ଅଧିକାରୀ ମନୋଜ ମୁଣ୍ଡା,ବଣିକ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋୟଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପତାକା ଦେଖାଇ ରଥ ର ଶୁଭାରମ୍ଭ କରିଥିଲେ। ଏହି ସଚେତନା ରଥ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଟିଟିଲାଗଡ ଓ ମୁରିବାହାଲ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଗସ୍ତ କରି କର୍ମକ୍ଷେତ୍ରରେ ନିୟୋଜିତ ତଥା ଶ୍ରମଜୀବୀ ମହିଳା ଙ୍କ ଯୌନ ଉତ୍ପୀଡ଼ନ ଓ ମହିଳା ଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ସମ୍ବନ୍ଧରେ ସଚେତନ କରିବ।କାର୍ଯ୍ୟକ୍ରମରେ ଆକ୍ସନ ଏଡ୍ ର ସଂଯୋଜକ ମୁରଲୀ ଚରଣ ଦାସ,ସଞ୍ଜୀବ ରଣା,ଭୂପେନ୍ଦ୍ର ରଣା,ସୁଚିସ୍ମିତା ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ।

